ନୂଆଦିଲ୍ଲୀ– ଆର୍ଥିକ ସର୍ବେକ୍ଷଣ ୨୦୨୩-୨୪ ରୁ ଜଣାଯାଇଛନ୍ତି ଯେ,ଭାରତରେ ଉଚ୍ଚ ଶିକ୍ଷାରେ ମୋଟ ନାମାଙ୍କନର ବିତ ବର୍ଷ ୨୦୧୫ ତୁଳନାରେ ୨୦୨୨ରେ ୨୬.୫ ପ୍ରତିଶତ ବୃଦ୍ଧି ଘଟିଛି । କେନ୍ଦ୍ରୀୟ ବିତ ଏବଂ କର୍ପୋରେଟ ମାମଲାରେ ମନ୍ତ୍ରୀ ନିର୍ମଳା ସୀତାରମଣ ସୋମବାର ଦିନ ସଂସଦରେ ଆର୍ଥିକ ସର୍ବେକ୍ଷଣ ୨୦୨୩-୨୪ ଉପସ୍ଥାପନ କରିଛନ୍ତି । ଏଥବରେ କୁହାଯାଇଛି ଯେ, ଉଚ୍ଚ ଶିକ୍ଷା କ୍ଷେତ୍ରରେ ବିଶ୍ୱବିଦ୍ୟାଳୟ ଏବଂ ଅନ୍ୟ ସଂସ୍ଥାନରେ ତୃତୀୟକ ଏବଂ ସ୍କୁଲ ବ୍ୟତୀତ ଶିକ୍ଷା ସାମିଲ, ଗତ ଆଠ ବର୍ଷରେ ମୋଟ ନାମାଙ୍କନରେ ଦ୍ରୁତ ଗତି ସହିତ ନାମାଙ୍କନ ଇକ୍ୱିଟି ରେ ବୃଦ୍ଧି ଦେଖାଦେଇଛି । ଉଚ୍ଚ ଶିକ୍ଷାରେ ଅଖିଳ ଭାରତୀୟ ସର୍ବେକ୍ଷଣ (ଏଆଇଏସଏଚଇ) ୨୦୨୧-୨୨ ଅନୁସାର ଉଚ୍ଚ ଶିକ୍ଷା ରେ ମୋଟ ନାମାଙ୍କନ ଆର୍ଥିକ ବର୍ଷ ୨୦୨୨ ରେ ପାଖାପାଖି ୪.୩୩ କୋଟି ହୋଇଯାଇଛି, ଯାହା ଆର୍ଥିକ ବର୍ଷ ୨୦୨୧ରେ ୪.୧୪ କୋଟି ଏବଂ ଆର୍ଥିକ ବର୍ଷ ୨୦୧୫ ରେ ୩.୪୨ କୋଟି ଥିଲା । ସର୍ବେକ୍ଷଣରେ ଉଲ୍ଲେଖ କରାଯାଇଛି ଯେ, ଉଚ୍ଚ ଶିକ୍ଷା ରେ ନାମାଙ୍କନରେ ବୃଦ୍ଧି ଅନୁସୂଚିତ ଜାତି, ଅନୁସୂଚିତ ଜନଜାତି ଏବଂ ଅନ୍ୟ ପଛୁଆ ବର୍ଗର ପ୍ରମୁଖ ରୂପ ଭାବେ ରେକର୍ଡ଼ କରାଯାଇଛି । ଏହି ସମସ୍ତ ବର୍ଗର ମହିଳା ନାମାଙ୍କନରେ ଦୃତ ବୃଦ୍ଧି ଘଟିଛି । ଉଚ୍ଚ ଶିକ୍ଷାରେ ମହିଳା ନାମାଙ୍କନ ଆର୍ଥିକ ବର୍ଷ ୨୦୧୫ରେ ୧.୫୭ କୋଟିରୁ ବୃଦ୍ଧି ଘଟି ଆର୍ଥିକ ବର୍ଷ ୨୦୨୨ ରେ ୨.୦୭ କୋଟି ହୋଇଯାଇଛି, ଯାହାକି ୩୧.୬ ପ୍ରତିଶତ ବୃଦ୍ଧି ଉପସ୍ଥାପନ କରାଯାଇଛି ।