
ଭଦ୍ରକ, ଭଦ୍ରକ ସ୍ଥିତ ଏସ୍.ବି.ଡ଼ି ଇଂଟର୍ନ୍ୟାସ୍ନାଲ୍ ସ୍କୁଲ ପରିସରରେ ଆଜି ଚଳିତ ଶିକ୍ଷାବର୍ଷ (୨୦୨୪-୪୫) ପାଇଁ ଛାତ୍ର ପରିଷଦକୁ ଆନୁଷ୍ଠାନିକ ଭାବେ ଗଠନ କରାଯାଇଛି । ଉକ୍ତ ଉତ୍ସବକୁ ବିଦ୍ୟାଳୟର ଚେୟାରମ୍ୟାନ ଦେବାଶିଷ ଦିକ୍ଷିତ୍, ପ୍ରତିଷ୍ଠାତା ଆନନ୍ଦାନନ୍ଦ ଦିକ୍ଷିତ୍ , ଅଧ୍ୟକ୍ଷ ତଥା ନିର୍ଦ୍ଦେଶକ ଯୁଧିଷ୍ଠିର ଦେବତା, ମାର୍ଗଦର୍ଶକ ପ୍ରଫେସର ଶୈଳେନ୍ଦ୍ର ମହାପାତ୍ର, ମୁଖ୍ୟ ଅତିଥି ତଥା ପରିଚାଳନା ନିର୍ଦ୍ଦେଶକ ବିଦ୍ୟାଧର ଅଗସ୍ତି, ଏସ୍.ବି.ଡ଼ି. ଯାଜପୁରର ଅଧ୍ୟକ୍ଷ କଳ୍ପତରୁ ସାହୁ, ମ୍ୟାଡ଼ାମ୍ ଚେୟାରମ୍ୟାନ୍ ଆଶାବରୀ କର ଏବଂ ମ୍ୟାଡ଼ାମ୍ ଏମ୍.ଡ଼ି. ବନ୍ଦିତା ଦିକ୍ଷିତ ପ୍ରଦୀପ ପ୍ରଜ୍ୱଳନ କରି ଆନୁଷ୍ଠାନିକ ଭାବେ ଉଦ୍ଘାଟନ କରିଥିଲେ । ବିଦ୍ୟାଳୟର ଚେୟାର୍ମ୍ୟାନ୍ ନିଜସ୍ୱ ଅଭିଭାଷଣରେ ଏହି କାର୍ଯ୍ୟକ୍ରମର ମହତ୍ୱ ସମ୍ପର୍କରେ ଉପସ୍ଥିତ ଛାତ୍ରଛାତ୍ରୀଗଣଙ୍କୁ ଅବଗତ କରିଥିବା ସମୟରେ ବିଦ୍ୟାଳୟର ଅଧ୍ୟକ୍ଷ ଛାତ୍ରଛାତ୍ରୀଗଣଙ୍କୁ ନିଜସ୍ୱ ମଧ୍ୟରେ ଅନ୍ତର୍ନିହିତ ଶକ୍ତିକୁ ବିକାଶ କରିବା ପାଇଁ ପରାମର୍ଶ ଦେଇଥିଲେ । ମାର୍ଗଦର୍ଶକ ମହାପାତ୍ର ଉପସ୍ଥିତ ଛାତ୍ରଛାତ୍ରୀ ଗଣଙ୍କୁ ଆଗାମୀ ଦିନର ଆହ୍ୱାନ ସମ୍ପର୍କରେ ଅବଗତ କରାଇବା ସହ ଏହି ଆହ୍ୱାନକୁ ସଫଳତା ସହ ସମ୍ମୁଖୀନ ହେବା ପାଇଁ ଉପଦେଶ ଦେଇଥିଲେ । ମୁଖ୍ୟ ଅତିଥି ତଥା ମ୍ୟାନେଜିଂ ଡ଼ାଇରେକ୍ଟର୍ ଅଗସ୍ତି କହିଥିଲେ ଯେ ‘ଆଜିର ଶିଶୁ କାଲିର ଭବିଷ୍ୟତ’ । ଏକ ସଶକ୍ତ ଭାରତ ଗଠନ କରିବା ପାଇଁ ଛାତ୍ରଛାତ୍ରୀ ଗଣଙ୍କୁ କଠିନ ପରିଶ୍ରମ କରିବା ପାଇଁ ପରାମର୍ଶ ଦେଇଥିଲେ । ମ୍ୟାଡ଼ାମ୍ ଏମ୍.ଡ଼ି. ନୂତନ ଭାବେ ଦାୟିତ୍ୱ ଗ୍ରହଣ କରିଥିବା ଛାତ୍ର ସଂଗଠନର ସଦସ୍ୟ ଗଣଙ୍କୁ ଅଭିନନ୍ଦନ ପ୍ରଦାନ କରିବା ସହ ନିଜସ୍ୱ ଦାୟିତ୍ୱକୁ ସଠିକ୍ ଭାବେ ନିର୍ବାହ କରିବା ପାଇଁ ପରାମର୍ଶ ଦେଇଥିଲେ । ଏହି ଅବସରରେ ବିଗତ ଶିକ୍ଷାବର୍ଷର ଛାତ୍ର ସଂଗଠନର ସଦସ୍ୟ ଗଣ ନୂତନ ଶିକ୍ଷା ବର୍ଷର ଛାତ୍ର ସଂଗଠନର ସଦସ୍ୟ ଗଣଙ୍କୁ ଦାୟିତ୍ୱ ହସ୍ତାନ୍ତର କରିଥିଲେ । ଏତଦ୍ବ୍ୟତୀତ୍ ଚଳିତ ଶିକ୍ଷା ବର୍ଷର ନୂତନ ଭାବେ ମନୋନୀତ ହୋଇଥିବା ପରିଷଦର ସଦସ୍ୟ ଗଣଙ୍କୁ ବିଦ୍ୟାଳୟର ଅଧ୍ୟକ୍ଷ ଶପଥ ପାଠ କରାଇଥିଲେ ।