ଭୁବନେଶ୍ୱର– ବିଜୁ ପଟ୍ଟନାୟକ କ୍ରୀଡ଼ା ପୁରସ୍କାର ନାଁ ବଦଳିବା ନେଇ ବିଜ୍ଞପ୍ତି ପ୍ରସଙ୍ଗରେ ସମ୍ପୃକ୍ତ ବିଜ୍ଞପ୍ତିକୁ ପ୍ରତ୍ୟାହାର କରିଛନ୍ତି ରାଜ୍ୟ ସରକାର । ମୁଖ୍ୟମନ୍ତ୍ରୀ କାଲି କହିବା ପରେ ସୋମବାର ସାନି ବିଜ୍ଞପ୍ତି ପ୍ରକାଶ ପାଇଛି । ବିଜ୍ଞପ୍ତିରେ କୁହାଯାଇଛି ଯେ ୧୯ ତାରିଖରେ ପ୍ରକାଶିତ ବିଜ୍ଞପ୍ତି ହଟାଇ ନିଆଯାଇଛି । ପୂର୍ବଭଳି କ୍ରୀଡା ପୁରସ୍କାରର ନାମ ବିଜୁ ପଟ୍ଟନାୟକ କ୍ରୀଡ଼ା ପୁରସ୍କାର ରହିବ ।
ପୂର୍ବରୁ ଦିଆଯାଉଥିବା ବିଜୁ ପଟ୍ଟନାୟକ କ୍ରୀଡ଼ା ପୁରସ୍କାର ପୁରସ୍କାର ନାଁ ବଦଳାଇ ରାଜ୍ୟ କ୍ରୀଡ଼ା ସମ୍ମାନ ନାମରେ ପୁରସ୍କାର ପ୍ରଦାନ କରାଯିବାକୁ ନେଇ କ୍ରୀଡ଼ା ଓ ଯୁବ ସେବା ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଥିଲା । ଏହି ବିଜ୍ଞପ୍ତିକୁ ବିଭିନ୍ନ ମହଲରେ ସମାଲୋଚନା କରାଯାଇଥିଲା । ତେବେ ନାଁ ବଦଳା ଯାଉନଥିବା ନେଇ କାଲି ସ୍ପଷ୍ଟ କରିଥିଲେ ମୁଖ୍ୟମନ୍ତ୍ରୀ ।