
ଭଦ୍ରକ, ଏହି ଜିଲାର ବନ୍ତ ବ୍ଲକ ଆଗରପଡା ଅଂଚଳର ବିଶିଷ୍ଠ ଗାନ୍ଧୀବାଦୀ ନେତା, ପୂର୍ବତନ ଜିଲ୍ଲା ସାମ୍ବାଦିକ ସଂଘ ସଭାପତି ତଥା ପୂର୍ବତନ ବ୍ଲକ କଂଗ୍ରେସ ସଭାପତି ରାମନାରାୟଣ ରାୟଙ୍କ ୮୮ତମ ଜୟନ୍ତି ଉତ୍ସବ ପାଳିତ ହୋଇଯାଇଛି । ସ୍ଥାନୀୟ ମହତାବ ମେମୋରିଆଲ ହଲରେ ଆୟୋଜିତ ସଭାକୁ ପୂର୍ବତନ ସରପଂଚ ରବିନ୍ଦ୍ର କୁମାର ପଣ୍ଡା ସଭାପତିତ୍ୱ କରିଥିଲେ । ଏଥିରେ ମୁଖ୍ୟ ଅତିଥି ଭାବେ ଭଦ୍ରକ ଜିଲ୍ଲା ପରିଷଦ ଅଧ୍ୟକ୍ଷ ପ୍ରଫୁଲ୍ଲ କୁମାର ଜେନା ଯୋଗ ଦେଇ ଶ୍ରୀ ରାୟ ହେଉଛନ୍ତି ଆଗରପଡାର ଗାନ୍ଧୀ, ଗାନ୍ଧିଜୀଙ୍କ ନିତୀ ଆଦର୍ଶକୁ ଅନୁସରଣ କରି ପରିଣତି ବୟସରେ ମଧ୍ୟ ସମସ୍ତ କାର୍ଯ୍ୟ କରିବାକୁ ସକ୍ଷମ ହେବା ସହ ତାଙ୍କ ପ୍ରଚେଷ୍ଟାରେ ସ୍ଥାନୀୟ ଅଂଚଳରେ ବହୁ ଜନହିତ କର କାର୍ଯ୍ୟ ହୋଇପାରିଛି ବୋଲି ବକ୍ତବ୍ୟରେ କହିଥିଲେ । ଅନ୍ୟତମ ଅତିଥି ଭାବେ ହାଟଡିହି ପଂଚାୟତ ସମିତିର ପୂର୍ବତନ ଅଧ୍ୟକ୍ଷ ତଥା ବିଶିଷ୍ଠ ଶିଳ୍ପପତି ପର୍ଶୁରାମ ପେଡା, ଆଗରପଡା ମହାବିଦ୍ୟାଳୟର ଅଧ୍ୟକ୍ଷ ନାରାୟଣ ଚନ୍ଦ୍ର ପାତ୍ର, ପୁରୁଷଣ୍ଢ ପଂଚାୟତର ସରପଞ୍ଚ ପ୍ରକାଶ ବିଶ୍ୱାଳ, ଭଦ୍ରକ କିନ୍ନର ସଂଘର ସଭାନେତ୍ରୀ ଶ୍ରାବଣୀ କିନ୍ନର, ଆଂଚଳିକ ଅବସର ପ୍ରାପ୍ତ କର୍ମଚାରୀ ସଂଘର ସଭାପତି ରାମଚନ୍ଦ୍ର ନାୟକ ପ୍ରମୁଖ ଯୋଗଦେଇ ଶ୍ରୀ ରାୟଙ୍କ ବହୁ ମୁଖି ପ୍ରତିଭା ଉପରେ ଆଲୋକପାତ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଶିକ୍ଷାବିତ ରମାକାନ୍ତ ଜେନା, କବି ନାରାୟଣ ଚନ୍ଦ୍ର ଲେଙ୍କା, ଚିତରଞ୍ଜନ ସାମନ୍ତ ରାୟ, ଗୋଲକ ପୃଷ୍ଟି, ସୁବୋଧ କୁମାର ସାହୁ, କୈଳାଶ ଚନ୍ଦ୍ର ଧଳ ପ୍ରମୁଖ ଯୋଗ ଦେଇ ଶ୍ରୀ ରାୟଙ୍କ ଉପରେ ବକ୍ତବ୍ୟ ପ୍ରଦାନ କରିଥିଲେ । ସାମ୍ବାଦିକ ପ୍ରଦ୍ୟୁମ୍ନ ପୁହାଣ ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ସାମ୍ବାଦିକ ହେମନ୍ତ ସିଂହ ମଂଚ ପରିଚାଳନା କରିଥିଲେ । ଶିକ୍ଷାବିତ୍ ପ୍ରଫୁଲ୍ଲ ବିଶ୍ୱାଳ ଧନ୍ୟବାଦ ଅର୍ପଣ କରିଥିଲେ । କାର୍ଯ୍ୟକ୍ରମକୁ ପରିବାରର ସଦଶ୍ୟ ମାନେ ପରିଚାଳନା କରିଥିଲେ ।