
କେନ୍ଦୁଝର , କେନ୍ଦୁଝର ଜିଲ୍ଲାପାଳ ବିଶାଳ ସିଂହ ଙ୍କ ନେତୃତ୍ୱରେ ସୋମବାର ିନ ପାଟଣା ବ୍ଳକ ପରିସରରେ ଜନସ।।ରଣଙ୍କ ଯୁଗ୍ମ ଅଭିଯୋଗ ଶୁଣାଣୀ ଅନୁଷ୍ଠିତ ହୋଇଛି । ଏହି ଅଭିଯୋଗ ଶୁଣାଣୀ କାର୍ଯ୍ୟକ୍ରମରେ ସର୍ବମୋଟ ୧୩୦ ଟି ଅଭିଯୋଗ ଆସିଥିବା ବେଳେ ସେ ମଧ୍ୟରୁ ୪୪ ଟି ଅଭିଯୋଗର ତୁରନ୍ତଫଇସଲା କରାଯାଇଥିଲା । ଏ ବଂ ଅନ୍ୟ ଅଭିଯୋଗ ମାନଙ୍କ ମଧ୍ୟରେ ୮ ଟି
ଅଭିଯୋଗ ଗୋଷ୍ଠୀ ସମସ୍ୟା ତଥା ଗ୍ରାମ୍ୟ ସମସ୍ୟା ମୂଳକ ହୋଇ ଥିବା ବେଳେ ୧୨୨ ଟି ଅଭିଯୋଗ ବ୍ୟକ୍ତିଗତ ସମସ୍ୟା ଉପରେ ପ ର୍ଯ୍ୟବେଶିତ ଥିଲା । ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିରୁ ଆର୍ଥୀକ ସହାୟତା ପାଇବା ଲାଗି ଗୋଟିଏ ଆବେନ ପତ୍ର ଆସିଥିଲା ଏହି ଅଭିଯୋଗ ଶୁଣାଣୀ କାର୍ଯ୍ୟକ୍ରମରେ । ଅନ୍ୟ ମାନଙ୍କ ମଧ୍ୟରେ ଆରକ୍ଷୀ ଅଧିକ୍ଷକ ନୀତିନ କୁଶଲକର , ବନଖଣ୍ଡ ଅଧିକାରୀ ଧନରାଜ ଏଚ.ଡି , ଅତିରିକ୍ତ ଜିଲ୍ଲାପାଳ ଯୁମଣୀ ମହଲା , ମୁଖ୍ୟ ଚିକିତ୍ସା ତଥା ଜନସ୍ୱାସ୍ଥ ଅଧିକାରୀ କିଶୋର ଚନ୍ଦ୍ର ପୃଷ୍ଟି , ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ବିପ୍ଲବ ସାମନ୍ତରାୟ ଏବଂ ଅନ୍ୟ ବିଭିନ୍ନ ବିଭାଗର ଅଧିକାରୀମାନେ ମଧ୍ୟ ଏହି ଅଭିଯୋଗ ଶୁଣାଣୀ କାର୍ଯ୍ୟକ୍ରମରେ ଯୋଗ େଇଥିଲେ । ଏହି ଅଭିଯୋଗ ଶୁଣାଣୀ କାର୍ଯ୍ୟକ୍ରମରେ ୭ ଟି ମୋଟର ଚାଳିତ ହୁଇଲ ଚେୟାର ପ୍ରଦାନ କରାଯାଇଥିଲା ।