ଜୟପୁର– ଜୟପୁରରେ ଆମ ପୋଲିସ୍ ସମିତି ବୈଠକ ଆଜି ଅନୁଷ୍ଟିତ ହୋଇଛି । ପ୍ରତି ମୁହୂର୍ତରେ ଭୟ ଛାଡି ପୋଲିସ୍ ଯୋଗାଯୋଗରେ ରୁହନ୍ତୁ ଏବଂ ବିଶ୍ୱାସର ସହ ଆମକୁ କ୍ରାଇମ୍ ଏବଂ କ୍ରିମିନାଲ୍ ସଂପର୍କରେ ସବୁ ସୂଚନା ଦିଅନ୍ତୁ, ଦେଖିବେ ଏ ଅଂଚଳରେ ସଂପୂର୍ଣ୍ଣ ଶାନ୍ତି ଦେଖାଦେବ । ଏଭଳି ଭାଷାରେ ଆଜି ଜୟପୁରବାସୀଙ୍କୁ ଆମ ପୋଲିସ୍ ସମିତି ବୈଠକ ଜରିଆରେ ବୁଝାଇଛନ୍ତି କୋରାପୁଟ ଆରକ୍ଷୀ ଅଧିକ୍ଷକ ଅବିନାଭ ସୋନ୍କର । ସେ କହିଛନ୍ତି ଯେ, ପୋଲିସ୍ ସଦା ସର୍ବଦା ଆପଣଙ୍କ ସୁରକ୍ଷା ପାଇଁ ଚିନ୍ତିତ । ଏହି ଚିନ୍ତା ଏବଂ ଚେଷ୍ଟା ମଧ୍ୟରେ ଆପଣମାନେ ନିଜକୁ ସାମିଲ୍ କରାଇଲେ ପୋଲିସ୍ର ଶକ୍ତି ଶତଗୁଣ ବଢ଼ିବ । ଯାହା ଦ୍ୱାରା କେବଳ ଆପଣ ନୁହଁନ୍ତି ଆମ ସମାଜର ଏଥିରେ ଉନ୍ନତି ହେବ । ତେଣୁ କହାର ଭୟରେ ନ ରହି ପୋଲିସ୍କୁ ବିଶ୍ୱାସକୁ ନେବାକୁ ଏସ୍ପି ଆଜି କହିଛନ୍ତି । ତତ୍ସହ ନୂଆଁ ଆଇନ ସଂପର୍କରେ କହିଛନ୍ତି ଯେ, ଭାରତୀୟ ସଂସଦ ନୂଆଁ ଆଇନ ଜରିଆରେ ପୋଲିସ୍କୁ ବହୁ କ୍ଷମତା ଦେଇଛନ୍ତି ଲୋକଙ୍କ ସୁରକ୍ଷା ପାଇଁ, ଏହାର ଲାଭ ଲୋକେ ନେବା ଉଚିତ, ତତ୍ସହ ସାଇବର୍ କ୍ରାଇମ୍ ଉପରେ ସଚେତନ ରହିବାକୁ ମଧ୍ୟ ବୁଝାଇଛନ୍ତି । ଲୋକ ଏବଂ ଅଜ୍ଞତା କାରଣରୁ ବହୁ ଲୋକ ସାଇବର୍ ଠକ ମାନଙ୍କ ଦ୍ୱାରା ଠକି ହୋଇ ଚାଲିଛନ୍ତି । ତେଣୁ କୌଣସି କ୍ଷେତ୍ରରେ ସନ୍ଦେହ ଆସିଲେ ପୋଲିସ୍କୁ ଜଣାଇବାକୁ ସେ କହିଛନ୍ତି । ଜୟପୁର ଟାଉନ୍ ଥାନା, ସଦର ଥାନା ଅଧିକାରୀଙ୍କ ସହ ଏସ୍?ଡିପିଓ ଏବଂ ଏସ୍ପି ଆପଣଙ୍କ ପାଇଁ ଦିନର ୨୪ ଘଂଟା କାର୍ଯ୍ୟ କରିବାକୁ ପ୍ରସ୍ତୁତ ବୋଲି ସେ ଆଜି ବୁଝାଇଛନ୍ତି । ଏହି ବୈଠକରେ ଜୟପୁର ଏସ୍ଡିପିଓ ଅଙ୍କିତ ବର୍ମା ଯୋଗ ଦେଇ କହିଥିଲେ ଯେ, ଆମ ବାହିନୀ ଭୟ ବିହିନ ସମାଜ ନେଇ ଅହରହ କାମ କରୁଛି । ତେଣୁ ଏଥିରେ ଆପଣ ସାମିଲ୍ ହୋଇ ପୋଲିସ୍କୁ ସହଯୋଗ କରିବା ସହ ନିଜ ନିଜ ଘର କିମ୍ବା ବ୍ୟବସାୟିକ ଅନୁଷ୍ଠାନ ମାନଙ୍କରେ ରାସ୍ତାକୁ ସଂଯୋଗ କଲାଭଳି ସିସି କ୍ୟାମେରା ଲଗାଇବା ଉଚିତ । ଏଥିରେ ଆପଣଙ୍କ ସହ ପୋଲିସ୍କୁ ମଧ୍ୟ ସହାୟତା ମିଳିବ । ଜୟପୁର ସଦର ଥାନା ଅଧିକାରୀ ଇଶ୍ୱର ଚନ୍ଦ୍ର ତାଣ୍ଡି କହିଥିଲେ ଯେ, ଆମ ପୋଲିସ୍ ସବୁବେଳେ ସମସ୍ତଙ୍କୁ ସମ୍ମାନ ଦିଏ ଏଥିରେ କୌଣସି ତୃଟି ହେଲେ ଉପରିସ୍ଥ ଅଧିକାରୀଙ୍କୁ ତୁରନ୍ତ ଆପଣ ଜଣାଇପାରିବେ । ସେହିଭଳି ଜୟପୁର ଟାଉନଥାନା ଅଧିକାରୀ ରମଣି ରଂଜନ ଦଳେଇ ଧନ୍ୟବାଦ ଅର୍ପଣ ସହ କହିଥିଲେ ଯେ, ଗତ କିଛି ଦିନର ପୋଲିସ୍ କାର୍ଯ୍ୟାନୁଷ୍ଠାନରୁ ଲୋକଙ୍କ ନିକଟତର ହୋଇ ପାରିଛୁ ଏବଂ ଆଶା ଏହି ବିଶ୍ୱାସ ଆଗକୁ ଆହୁରି ବଢ଼ିବ । ଆଜିର ବୈଠକରେ ଜୟପୁର କାଜୁ ମାଲିକ ସଂଘ, ରାଇସ୍ ମିଲେର୍ସ ଆସୋସିଏସନ୍, ଗାର୍ମେଂଟସ ଏବଂ କ୍ଳଥ୍ ମାର୍ଚେଂଟ୍ ଆସୋସିଏସନ୍, ସୁନା ବ୍ୟବସାୟୀ ସଂଘ, ପାନ୍ ମସଲା ଏବଂ ଗ୍ରୋସେରେ ଆସୋସିଏସନ୍, ଦୈନିକ ବଜାର ବ୍ୟବସାୟୀ ସଂଘ ସହ ଜୟପୁର ଚାମ୍ବର ଅଫ୍ କମର୍ସର କର୍ମକର୍ତା ମାନେ ଉପସ୍ଥିତ ଥିଲେ ।
Related Stories
November 22, 2024