
ଭଞ୍ଜନଗର – ଗତ୮ ଓ ୯ ତାରିଖରେ କିଛି ଲୁଟେରା ଭଞ୍ଜନଗର ଥାନା ଅନ୍ତର୍ଗତ ବରଗାଁ ର ଉଦୟ ଗୌଡ଼ଙ୍କ ଗୁହାଳରେ ପଶି ପିସ୍ତଲ ଦେଖାଇ ୩୨ ଟି ଛେଳି ଲୁଟି ନେଇଥିଲେ।ହେଲେ ଗାଁ ଲୋକଙ୍କୁ ଦେଖି ଲୁଟେରା ମାନେ ନିଜ ସ୍କର୍ପିଓ ଗାଡ଼ି ଛାଡ଼ି ପଳେଇଥିଲେ। ତଦନ୍ତ କରି ପୋଲିସ ଜଟଣୀ ନିକଟ ବେଣା ପଞ୍ଜରୀ ଗ୍ରାମର ଶେଖ ଲୁଦ୍ଦିନ ଖାଁ, ମୁଖତର ଖାଁ, ସାହା ବୁଦ୍ଦିନ ଖାଁ, ମହମ୍ମଦ ଇଦ୍ରୀସ,ଖୋର୍ଦ୍ଧା ର ୟୁସୁଫ ଅଲ୍ଲୀ ଖାଁ ଓ ରାଣୀପୁର ର ଶତ୍ରୁଘନ ବେହେରା ଙ୍କୁ ଗିରଫ କରିଛି। ସେମାନଙ୍କ ଠାରୁ ଗୋଟିଏ ସ୍କର୍ପିଓ,ପଲସର ବାଇକ ୨ଟି, ଗୋଟିଏ ୟମହା ବାଇକ, ୭୧ଟି ଛେଳି, ୮୦ଟି ମେଣ୍ଢା,୫ ଟି ମୋବାଇଲ ଓ ୨ଟି ଖଣ୍ଡା ଜବତ କରାଯାଇଛି।ସମସ୍ତ ଅଭିଯୁକ୍ତ ଙ୍କୁ ଆଜି କୋର୍ଟ ଚାଲାଣ କରାଯାଇଥିବା ଆଇ.ଆଇ.ସି ସୁଦୀପ୍ତ କୁମାର ସାହୁ କହିଛନ୍ତି।