ନୂଆଦିଲ୍ଲୀ- ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସୋମବାର କହିଛନ୍ତି ଯେ ଅର୍ଥନୈତିକ ସର୍ଭେ ଆମ ଅର୍ଥନୀତିର ବର୍ତମାନର ଶକ୍ତି ଉପରେ ଆଲୋକପାତ କରୁଛି ଏବଂ ସରକାର ଆଣିଥିବା ବିଭିନ୍ନ ସଂସ୍କାରର ଫଳାଫଳକୁ ମଧ୍ୟ ପ୍ରତିଫଳିତ କରିଛି । ସରକାର ଆଣିଥିବା ବିଭିନ୍ନ ସଂସ୍କାରର ଫଳାଫଳକୁ ହାଇଲାଇଟ୍ ଏବଂ ପ୍ରଦର୍ଶିତ କରେ । ଏହା ମଧ୍ୟ ଏକ ବିକାଶଶୀଳ ଭାରତ ଗଠନ ଦିଗରେ ଆଗକୁ ଚାଲିବା ସହିତ ଆଗକୁ ପ୍ରଗତି ପାଇଁ କ୍ଷେତ୍ରଗୁଡ଼ିକୁ ଚିହ୍ନଟ କରେ । ଏହି ଅର୍ଥନୈତିକ ସର୍ବେକ୍ଷଣରେ ସରକାର ଚଳିତ ଆର୍ôଥକ ବର୍ଷ ୨୦୨୪-୨୫ ମଧ୍ୟରେ ପ୍ରକୃତ ମୋଟ ଘରୋଇ ଉତ୍ପାଦ (ଜିଡିପି) ଅଭିବୃଦ୍ଧି ହାରକୁ ୬.୫ ରୁ ୭ ପ୍ରତିଶତ ବୋଲି ଆକଳନ କରିଛନ୍ତି । ଅର୍ଥନୈତିକ ସର୍ବେକ୍ଷଣରେ ବିପଦଗୁଡିକ ସନ୍ତୁଳିତ ରଖାଯାଇଛି ।