ଭବାନୀପାଟଣା– ସୋମବାର ବନ ବିଭାଗ କେସିଙ୍ଗା ବନାଚଂଳ ଅନ୍ତର୍ଗତ ରୁପ୍ରା ରୋଡ ସେକ୍ସନ ଅଧିନସ୍ଥ ଖେତୁ ପଡା ବନ ସୁରକ୍ଷା ସମିତି ଠାରେ ଦିନିକିଆ ପାଳ ଛତୁ ଚାଷ ତାଲିମ ଶିବିର ଅନୁଷ୍ଠତ ହୋଇଯାଇଛି । ଏହି ତାଲିମ ଶିବିରରେ ସମିତିର ଆଗ୍ରହ ସ୍ଵୟଂ ସହାୟିକା ଗୋଷ୍ଠୀ ର ୧୫ ଜଣ ମହିଳା ଅଂଶ ଗ୍ରହଣ କରିଥିଲେ । ଅଗ୍ରହୀ ତାଲିମ ଦାତ୍ରୀ ଭାବରେ ସୁଶ୍ରୀ ଲିଲିମା ବାଗ ଏମ ବି କେ ମିଶନ ଶକ୍ତି ,ପଲମ ତାଲିମ ପ୍ରଦାନ କରିଥିଲେ । ଏହି ଶିବିରଟିକୁ ସ୍ଥାନୀୟ ଡ଼ମପଦର ବିଟ ଫରେଷ୍ଟର ସୁଶ୍ରୀ ପାରିଜାତ ବାଗ ଉଦ୍ଘାଟନ କରିଥିଲେ । ଆମ ଜଙ୍ଗଲ ଯୋଜନା ଦଳପତି ଶ୍ରୀଯୁକ୍ତ ହେମନ୍ତ କୁମାର ସାହୁ ତାଲିମ ପରିଚାଳନା କରିଥିବା ବେଳେ ଉନ୍ନୟନ ଅଧିକାରୀ ଶ୍ରୀଯୁକ୍ତ ଧିରୋଜ କୁମାର ଦାଶ ବୈଷେଇକ ସହାୟତା ପ୍ରଦାନ କରିବା ସହିତ ଧନ୍ୟବାଦ ଅର୍ପଣ କରିଥିଲେ । ଉକ୍ତ ତାଲିମ୍ ଟି ଅଂଚଳର ଆବଶ୍ୟକତା କୁ ଭିତି କରି ବନ ବିଭାଗ କେସିଙ୍ଗା ବାନଚଂଳ ଆୟୋଜନ କରିଥିଲେ । ଏହା ଲୋକମାନଙ୍କର ଜୀବନ ଜୀବିକା ପ୍ରତି ସହାୟକ ହେବ ବୋଲି ଅଂଚଳବାସୀ ହୃଦବୋଧ କରିଥିଲେ ଓ ଶେଷରେ ଭାରପ୍ରାପ୍ତ ବନପାଳ ସୁଶ୍ରୀ ପାରିଜାତ ବାଗ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।