ସମ୍ବଲପୁର, ନାକ୍ଟିଦେଉଳ ବ୍ଲକ୍ ଅନ୍ତର୍ଗତ ଜଗନ୍ନାଥପ୍ରସାଦ ସ୍ଥିତ ସରସ୍ବତୀ ଶିଶୁ ମନ୍ଦିର ଅଧୀନ ବିଦ୍ବତ ପରିଷଦର ସ୍ବତନ୍ତ୍ର ବୈଠକ ଏକ ଆଧ୍ୟାତ୍ମିକ ପରିବେଶ ମଧ୍ୟରେ ଅନୁଷ୍ଠିତ ହୋଇଥିଲା । ଶିଶୁ ମନ୍ଦିର ପରିଚାଳନା କମିଟିର ସଭାପତି ବିରଞ୍ଚି ଶଙ୍କର ସାହୁଙ୍କ ପରିଚାଳନା ଓ ଗିତାଞ୍ଜଳୀ ଦାଶଙ୍କ ସନ୍ଜୋଜନାରେ ଅନୁଷ୍ଠିତ ସ୍ବତନ୍ତ୍ର ବୈଠକରେ ପ୍ରଧାନ ଆଚାର୍ଯ୍ୟ ବିଜୟ କୁମାର ସାହୁ, ନାକଟିଦେଉଳ ସ୍ନାତକ ମହାବିଦ୍ୟାଳୟର ଅଧ୍ୟକ୍ଷ ସୁଧୀର କୁମାର ସାହୁ, ଅବସରପ୍ରାପ୍ତ ପ୍ରାଧ୍ୟାପକ ଡ. ଦୀପେନ କମାର ପଟ୍ଟନାୟକ, ଅଧ୍ୟାପକ ଡ. ପ୍ରଶାନ୍ତ କୁମାର ଦାଶ, ଅରୁଣ କୁମାର ବିଶ୍ବାଳ ଓ ପୁରୁଷୋତ୍ତମ ବେହେରା ଆଲୋଚକ ଭାବରେ ଯୋଗ ଦେଇଥିଲେ। ଏହି ସମାବେଶରେ ବୈଦିକ ବିଜ୍ଞାନଭିତ୍ତିକ ଶିକ୍ଷା, ଗୁୁରୁ ଶିଷ୍ୟ ପରମ୍ପରା, ଭାରତୀୟ ସଂସ୍କୁତି ଆଧାରିତ ଶିକ୍ଷା ଓ ବିଦ୍ୟାର୍ଥୀ ର ସଂସ୍କାର ବିଷୟରେ ଆଲୋନନା ହୋଇଥିଲା ।
ଏହି ଅବସରରେ ବିଦ୍ଵତ୍ ପରିଷଦ ପୁନଃଗଠିତ ହୋଇଥିଲା । ସୁଧୀର କୁମାର ସାହୁ ସଭାପତି ଡ.ଦୀପେନ କୁମାର ପଟ୍ଟନାୟକ ସମ୍ପାଦ, ବିରଞ୍ଚି ଶଙ୍କର ସାହୁ ପ୍ରମୁଖ ଓ ସୁଭାଷ ଚନ୍ଦ୍ର ସାହୁ ସହ ପ୍ରମୁଖ ଭାବେ ମନୋନୀତ ହୋଇଥିଲେ। ଶିଶୁ ମନ୍ଦିର ର ଛାତ୍ର ଛାତ୍ରୀ ମାନେ ଆବାହନୀ ସଂଗୀତ, ଭଜନ ଓ ପ୍ରାର୍ଥନା ପରିବେଷଣ କରିଥିଲେ । ଆଚାର୍ଯ୍ୟ ସୁଭାଷ ଚନ୍ଦ୍ର ସାହୁ ଧନ୍ୟବାଦ ଅର୍ପଣ କରିଥିଲେ । ଅତିଥି ମାନଙ୍କ ଦ୍ବାରା ୨୫ ଟି ଅଁଳା, ଆମ୍ବ ଓ କାଞ୍ଚନ ବୃକ୍ଷ ର ଚାରା ରୋପଣ କରାଯାଇଥିଲା ।