ସମ୍ବଲପୁର– ବୁର୍ଲାସ୍ଥିତ ବୀର ସୁରେନ୍ଦ୍ର ସାଏ ବୈଷୟିକ ବିଶ୍ବବିଦ୍ୟାଳୟରେ ଏଆଇସିଇଟି ସାର୍ବତ୍ରିକ ମାନବିକ ମୂଲ୍ୟବୋଧ ପ୍ରଶିକ୍ଷଣ କର୍ମଶାଳାର ତୃତୀୟ ସଂସ୍କରଣ ଉଦଯାପିତ ହୋଇଯାଇଛି । ଏହି କର୍ମଶାଳା ତିନି ଦିନ ଧରି ଅନୁଷ୍ଠିତ ହୋଇଥିଲା ।
ଏହି କର୍ମଶାଳାକୁ ଆନୁଷ୍ଠାନିକ ଭାବେ ଭିସୁଟ କୂଳପତି ପ୍ରଫେସର ବଂଶୀଧର ମାଝୀ ଓ କୂଳ ସଚିବ ପ୍ରଦୀପ ଡାଙ୍ଗ ଉଦଘାଟନ କରିଥିଲେ । କର୍ମଶାଳାର ଆରମ୍ଭରେ ବିଶ୍ବବିଦ୍ୟାଳୟର ଡିନ୍ ଗଣେଶ୍ବର ନାଥ କର୍ମଶାଳାର ଉପାଦେୟତା ବିଷୟରେ ସୂଚନା ଦେବା ସହ ଅତିଥିମାନଙ୍କୁ ସ୍ବାଗତ କରିିଥିଲେ । ଏହି କର୍ମଶାଳାରେ ମୁଖ୍ୟଅତିଥିଭାବେ ଏଆଇସିଟିଇର ଆଞ୍ଚଳିକ ସଂଯୋଜକ ତଥା ପ୍ରଶିକ୍ଷକ ପ୍ରଫେସର ଦିଲ୍ଲୀପ ଦେବନାଥ ଓ ତାଙ୍କର ସହଯୋଗୀ ଡକ୍ଟର ହରିଶ ଚନ୍ଦ୍ର ମହାନ୍ତ, ସୁବାଷ ଚନ୍ଦ୍ର ଷଢଙ୍ଗୀ କର୍ମଶାଳା ଉପରେ ଆଲୋକପାତ କରିଥିଲେ । ଏହା ସହିତ କୂଳପତି ପ୍ରଫେସର ମାଝୀ ଶୈକ୍ଷିକ ସମାଜରେ ବିଶେଷ କରି ଛାତ୍ରଛାତ୍ରୀ ଓ ଶିକ୍ଷକମାନଙ୍କର ମାନବିକ ମୂଲ୍ୟବୋଧ ଉପରେ ଧାରଣା ପ୍ରଦାନ କରିଥିଲେ ।