ସମ୍ବଲପୁର– ସମ୍ବଲପୁରୀ ଭାଷା ସାହିତ୍ୟ ସଂସ୍କୃତି ଗବେଷକ ତଥା କବି ସତ୍ୟ ନାରାୟଣ ବହିଦାରଙ୍କ ଜନ୍ମଦିନ ଅଗଷ୍ଟ ୧ ରେ ସମ୍ବଲପୁରୀ ଦିନ ପାଳନ କରାଯିବ । ଦେଶ ବିଦେଶରେ ସମ୍ବଲପୁରୀଆ ଓ ସମ୍ବଲପୁରୀ ପ୍ରେମୀ ମାନେ ବହୁତ ଧୂମଧାମରେ ପାଳନ କରୁଛନ୍ତି ଏହି ସମ୍ବଲପୁରୀ ଅସ୍ମିତାର ଦିନଟିକୁ । ସମ୍ବଲପୁରୀ ଦିନ ର ଉଦ୍ୟୋକ୍ତା ପଶ୍ଚିମାଞ୍ଚଳ ଏକତା ମଞ୍ଚ ପକ୍ଷରୁ ସମ୍ବଲପୁରୀ ଭାଷା ସାହିତ୍ୟ ପ୍ରତି ନିଜର ଜୀବନକୁ ଉତ୍ସର୍ଗୀକୃତ କରିଥିବା ସତ୍ୟ ନାରାୟଣ ବହିଦାରଙ୍କ ପ୍ରତିମୂର୍ତ୍ତି ସ୍ଥାପନ କରାଯିବ। ଏହାଦ୍ଵାରା ତାଙ୍କ ସ୍ମୃତିର ସୁରକ୍ଷା ପାଇଁ ସମ୍ବଲପୁରରେ କୈାଣସି ସ୍ଥାୟୀ ବ୍ୟବସ୍ଥାର ଆଶା ଚରିତାର୍ଥ ହୋଇପାରିବ। ଜେଲ ନିକଟରେ ରହିଥିବା ଗୁରୁ ସତ୍ଯ ନାରାୟଣ ସମ୍ବଲପୁରୀ ଉଦ୍ୟାନରେ ଗୁରୁଶ୍ରୀ ସତ୍ୟ ନାରାୟଣ ବହିଦାରଙ୍କ ପ୍ରତିମୂର୍ତ୍ତୀ ସ୍ଥାପନ କରିବା ପାଇଁ ମଞ୍ଚ ପକ୍ଷରୁ ନିଷ୍ପତି ନିଆଯାଇଥିଲା । ସେଇ ସମୟରୁ ମଞ୍ଚ ତରଫରୁ ବିଭିନ୍ନ ଲୋକଙ୍କୁ ଭେଟି ପ୍ରତିମୂର୍ତ୍ତୀ ପାଇଁ ସହଯୋଗ ଭିକ୍ଷା କରାଯାଇଥିଲା । ନବ ନିର୍ମିତ ନାରାୟଣ ବହିଦାରଙ୍କ ପୂର୍ଣ୍ଣବୟବ ପ୍ରତିମୂର୍ତ୍ତୀ ଆସି ପହଞ୍ଚିଛି । ପଶ୍ଚିମାଞ୍ଚଳ ଏକତା ମଞ୍ଚ ପକ୍ଷରୁ ପୂର୍ବରୁ ନିର୍ମାଣ କରାଯାଇଥିବା ଷ୍ଟ୍ରକ୍ଚରରେ ଇତିମଧ୍ୟରେ ମୂର୍ତ୍ତୀକୁ ସ୍ଥାପିତ କରାଯାଇଛି । ଚଳିତ ବର୍ଷ ସମ୍ବଲପୁରୀ ଦିନ ଅବସରରେ ଏହି ପ୍ରତିମୂର୍ତ୍ତୀ ଉନ୍ମୋଚନ କରାଯିବାର ଲକ୍ଷ୍ଯ ରଖାଯାଇଛି ବୋଲି ମଞ୍ଚର ଉପଦେଷ୍ଟା ତଥା ବରିଷ୍ଠ ଆଇନଜୀବୀ ଡ଼. ପ୍ରମୋଦ ରଥ କହିଛନ୍ତି ।
Related Stories
September 20, 2024
September 20, 2024