
ସମ୍ବଲପୁର– ରୋଟାରୀ କ୍ଲବ୍, ସମ୍ବଲପୁର ଗ୍ରେଟର ପକ୍ଷରୁ ସୁସ୍ଥ ମାତୃ ଓ ସୁଖୀ ଶିଶୁ କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି। ଏଥିରେ ମେଡିକାଲ କଲେଜରେ ପ୍ରଫେସର ଡା. ଶର୍ମିଳା ପ୍ରଧାନ ଶିଶୁ ଓ ମା ମାନଙ୍କ ସ୍ଵାସ୍ଥ୍ୟର ସୁରକ୍ଷା, ଖାଦ୍ୟର ଅଭ୍ୟାସ, ସୁସ୍ଥ ପରିବେଶ ସମ୍ପର୍କରେ ଆଲୋକପାତ କରିଥିଲେ। କାର୍ଯ୍ୟକ୍ରମରେ ଉପସ୍ଥିତ ୩୦ ଜଣ ହିତାଧିକାରୀଙ୍କୁ ମଲ୍ଟି ଭିଟାମିନ୍ ଏବଂ ପ୍ରୋଟିନ୍ ଦ୍ରବ୍ୟ ବିତରଣ କରାଯାଇଥିଲା ।
କ୍ଲବ୍ ର ସଭାପତି ବିଲାଲ ମଲ୍ଲିକ୍, ସମ୍ପାଦକ ସୁମିତ ନାୟକ, ପ୍ରକଳ୍ପ ଅଧ୍ୟକ୍ଷ ସୁଚିସ୍ମିତା ଷଡ଼ଙ୍ଗୀ ସହ ଅଧ୍ୟକ୍ଷା ଲକ୍ଷ୍ମୀପ୍ରିୟା ପ୍ରଧାନ ଏବଂ କ୍ଲବ୍ର ଅନ୍ୟ ସଭ୍ୟ ସଭ୍ୟମାନେ ଏହି କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ ।