ଭୁବନେଶ୍ୱର – ଓଡ଼ିଶା ସରକାରଙ୍କ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ପକ୍ଷରୁ କଟକର ବିଶିଷ୍ଟ ସଂଗଠନ ସାରଳା ସାହିତ୍ୟ ସଂସଦ ‘ବ୍ୟାସକବି ଫକୀର ମୋହନ ଓଡ଼ିଆ ଭାଷା ସମ୍ମାନ’ ପାଇବାକୁ ଯୋଗ୍ୟ ବିବେଚିତ ହୋଇଛି । ଓଡ଼ିଆ ଭାଷା ଓ ସାହିତ୍ୟର ପ୍ରସାର ତଥା ଅଭିବୃଦ୍ଧି ପାଇଁ ଉଲ୍ଲେଖନୀୟ କାର୍ଯ୍ୟ କରିଥିବା ଦୃଷ୍ଟିରୁ ଏହି ସମ୍ମାନ ପ୍ରଦାନ କରାଯିବ । ଓଡ଼ିଆ ଭାଷା ଆନେ୍ଦାଳନର ପ୍ରମୁଖ କର୍ଣ୍ଣଧାର ବ୍ୟାସକବି ଫକୀର ମୋହନ ସେନାପତିଙ୍କ ଅନନ୍ୟ ସ୍ମୃତିରେ ଏହି ସମ୍ମାନ ପ୍ରଦାନ କରାଯାଇଥାଏ । ଚଳିତ ମାସ ୧୪ ତାରିଖ ସନ୍ଧ୍ୟାରେ ବିଭାଗ ଆନୁକୂଲ୍ୟରେ ସଂସ୍କୃତି ବିଭାଗ ସମ୍ମିଳନୀ ପ୍ରକୋÂରେ ଆୟୋଜିତ ଉତ୍ସବରେ ଏହି ସମ୍ମାନ ସହ ପୁରସ୍କାର ବାବଦରେ ଅର୍ଥରାଶି ଇତ୍ୟାଦି ପ୍ରଦାନ କରାଯିବ ।
କାର୍ଯ୍ୟକ୍ରମରେ ପର୍ଯ୍ୟଟନ, ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ମନ୍ତ୍ରୀ ଶ୍ରୀ ଜ୍ୟୋତିପ୍ରକାଶ ପାଣିଗ୍ରାହୀ ମୁଖ୍ୟ ଅତିଥି ଏବଂ ବିଶିଷ୍ଟ ସାହିତି୍ୟକ ତଥା ବିଦ୍ୱାନ ଶ୍ରୀ ହରପ୍ରସାଦ ଦାସ ମୁଖ୍ୟବକ୍ତା ଭାବରେ ଯୋଗ ଦେବେ । ବିଭାଗର ପ୍ରମୁଖ ଶାସନ ସଚିବ ଶ୍ରୀ ମନୋରଞ୍ଜନ ପାଣିଗ୍ରାହୀ ଓ ନିଦେ୍ର୍ଧଶକ ଶ୍ରୀ ବିଜୟ କୁମାର ନାୟକ ମଧ୍ୟ ଉପସ୍ଥିତ ରହିବେ ଏବଂ ଓଡ଼ିଶା ସାହିତ୍ୟ ଏକାଡେମୀର ସଭାପତି ଶ୍ରୀ ହରିହର ମିଶ୍ର ଏଥିରେ ଅଧ୍ୟକ୍ଷତା କରିବେ ।
୧୯୮୧ ମସିହାରେ ସ୍ଥାପିତ ହୋଇଥିବା ସାରଳା ସାହିତ୍ୟ ସଂସଦ ଓଡ଼ିଆ ଭାଷା-ସାହିତ୍ୟର ପ୍ର·ର ପ୍ରସାର, ପ୍ରକାଶନ, ଅନୁବାଦ, ସଂପାନ ତଥା କର୍ମଶାଳା ଆୟୋଜନ, ପୁରସ୍କାର-ସମ୍ମାନ-ସମ୍ବର୍ଦ୍ଧନା ପ୍ରଦାନ, ପାଠାଗାର ପରି·ଳନା ଏବଂ ଅଧ୍ୟୟନ- ଗବେଷଣା ଇତ୍ୟାଦି ଲକ୍ଷ୍ୟ ପୋଷଣ କରି ଏଯାବତ୍ କ୍ରମୋନ୍ନତି ପ୍ରଦର୍ଶନ କରିଆସିଛି । ୨୦୦୨ରେ ସଂସଦ ନିଜସ୍ୱ ଗୃହନିର୍ମାଣ ପୂର୍ବକ ସେଠାରେ ଶୀତତାପ ନିୟନ୍ତ୍ରିତ ପ୍ରେକ୍ଷାଳୟ, ପାଠାଗାର, ପଠନଗୃହ, ଲେଖକ ଗ୍ୟାଲେରୀ ଓ ସଂଗ୍ରହାଳୟ ଇତ୍ୟାଦି ପ୍ରତିÂା କରିଛି । ସଂସଦର ପ୍ରତିÂାତା
ସଭାପତି ଇଂ.ଡ. ପ୍ରଭାକର ସ୍ୱାଇଁଙ୍କ ଉଦ୍ୟମରେ ଏହି ଅନୁÂାନ ପକ୍ଷରୁ ଶତାଧିକ ପୁସ୍ତକ ପ୍ରକାଶ ପାଇଥିବା ବେଳେ ରାଜ୍ୟର ବିଭିନ୍ନ ସ୍ଥାନରେ ଶାଖାମାନ ଗଠନ କରିବାରେ ସମର୍ଥ ହୋଇପାରିଛି ।