ସମ୍ବଲପୁର– ସ୍ଥାନୀୟ ହୀରାକୁଦ କଲୋନୀ ରୋଟାରୀ କ୍ଲବ ଠାରେ ୨ଦିନିଆ ଜିଲ୍ଲାସ୍ତରୀୟ ଶିଶୁଙ୍କ ଓଜନ ଏବଂ ଉଚ୍ଚତା ନିରୀକ୍ଷଣ ଦକ୍ଷତା ବୃଦ୍ଧି ତାଲିମ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ଏବଂ ମହିଳା ଓ ଶିଶୁ ବିକାଶ ବିଭାଗ ପକ୍ଷରୁ ଆୟୋଜିତ ତାଲିମ କାର୍ଯ୍ୟକ୍ରମକୁ ଜିଲ୍ଲାପାଳ ଅକ୍ଷୟ ସୁନୀଲ ଅଗ୍ରୱାଲ ଉଦ୍ଘାଟନ କରିଥିଲେ । ଶିଶୁଙ୍କ ସଠିକ୍ ଓଜନ ଏବଂ ଉଚ୍ଚତା ନେଇ ପୋଷଣ ଟ୍ରାକରରେ ଉଲ୍ଲେଖ କରିବାକୁ କହିଥିଲେ । ସମାଜ ମଙ୍ଗଳ ଅଧିକାରୀ ଝୁନୁ ସ୍ଵାଇଁ ତାଲିମ କାର୍ଯ୍ୟକ୍ରମର ଲକ୍ଷ୍ୟ ଓ ଉଦ୍ଦେଶ୍ୟ ସମ୍ପର୍କରେ ଅବଗତ କରିଥିଲେ ।
ଏଥିରେ ଜିଲ୍ଲାର ସମସ୍ତ ଶିଶୁ ବିକାଶ ଅଧିକାରୀ, ସୁପରଭାଇଜର ମାନେ ଯୋଗ ଦେଇଥିଲେ ।
Related Stories
November 22, 2024