ଭୁବନେଶ୍ୱର, ଦିନେ ଦୁଇ ଦିନ ଭିତରେ ଏଏସଆଇ ଟିମ୍ ଭିତର ରତ୍ନଭଣ୍ଡାରର ସ୍ଥିତି ଯାଂଚ କରିବ । ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ଏହି ସୂଚନା ଦେଇଛନ୍ତି । ସେ କହିଛନ୍ତି, ରତ୍ନଭଣ୍ଡାରରୁ ସବୁ ଅଳଙ୍କାର ସ୍ଥାନାନ୍ତରଣ ହୋଇସାରିଛି । ଏହାପରେ ପ୍ରଥମେ ରତ୍ନଭଣ୍ଡାରର ଅନୁଧ୍ୟାନ କରିବ ଏଏସଆଇ ଟିମ୍ । ଦିନେ ଦୁଇ ଦିନ ମଧ୍ୟରେ ଟିମ୍ ଅନୁଧ୍ୟାନ ଆରମ୍ଭ କରିବ । ଭଣ୍ଡାର ଭିତରର ସ୍ଥିତି ଦେଖିବା ପରେ ମରାମତି ପାଇଁ କେତେ ଦିନ ଲାଗିବ କେବେଠୁ ଆରମ୍ଭ ହେବ ସେନେଇ ଆଲୋଚନା ହେବ । ସମୟ ନିର୍ଘଂଟ କରାଯାଇ ସରକାରଙ୍କ ପକ୍ଷରୁ ଅନୁମତି ଆସିଲେ ମରାମତି କାମ ଆରମ୍ଭ ହେବ । ଅନୁଧ୍ୟାନ ପରେ ରତ୍ନ ଭଣ୍ଡାର ମରାମତି ନେଇ ସମୟ ଧାର୍ଯ୍ୟ କରାଯିବ । ସେହିପରି ଲେଜର ସ୍କାନିଂ ହେବ କି ନାହିଁ ତାହା ଯାଂଚ ପରେ ସ୍ପଷ୍ଟ ହେବ ବୋଲି କହିଛନ୍ତି ଆଇନମନ୍ତ୍ରୀ ।
Related Stories
November 22, 2024