ଭୁବନେଶ୍ୱର– ରାଜ୍ୟପାଳଙ୍କ ପୁଅ ଗିରଫ ନ ହେବା ଯାଏଁ, ଆନ୍ଦୋଳନ ଜାରି ରହିବ ବୋଲି କହିଛନ୍ତି କଂଗ୍ରେସ ବିଧାୟକ ତାରା ପ୍ରସାଦ ବାହନୀପତି । ସେ କହିଛନ୍ତି ବିଜେପି ସରକାରକୁ ଆସିଛି । ଓଡ଼ିଆ ଅସ୍ମିତା କହି ସରକାରକୁ ଆସିଛି । ରାଜ୍ୟପାଳଙ୍କ ପୁଅ ଓଡ଼ିଆ ଅଫିସରଙ୍କୁ ବାଡ଼େଇଲେ , ତାର ତଦନ୍ତ ହେଉନି । ଆଜି ରାଜ୍ୟପାଳ ଆସିଲେ ହିନ୍ଦୀରେ କହିଲେ । ଆଜି ଓଡ଼ିଆଙ୍କ ପାଇଁ ପଦାଘାତ ହୋଇଛି । ଆମେ ମୁଖ୍ୟମନ୍ତ୍ରୀକୁ କହିଥିଲୁ, ରାଜ୍ୟପାଳଙ୍କ ପୁଅଙ୍କୁ ଗିରଫ କରି ଦୃଢ଼ କାର୍ଯ୍ୟାନୁଷ୍ଠାନ ହେଉ । ରାଜ୍ୟପାଳଙ୍କୁ ହଟା ଯାଉ । ତାହା ହେଲା ନାହିଁ । ତେଣୁ ଆମେ ଗୃହ ମଧ୍ୟ ଭାଗରେ ପ୍ରତିବାଦ କଲୁ । ଓଡ଼ିଆ ଅସ୍ମିତାକୁ ବଂଚାଇବାକୁ ପଡିବ । ରାଜ୍ୟପାଳଙ୍କ ପୁଅ ଗିରଫ ନ ହେବା ଯାଏଁ, ଆନ୍ଦୋଳନ ଜାରି ରହିବ ବୋଲି କହିଛନ୍ତି ତାରା ।
Related Stories
November 22, 2024