ଭୁବନେଶ୍ୱର, ରାଜ୍ୟପାଳଙ୍କ ଅଭିଭାଷଣ ପରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ବିଭିନ୍ନ ଦିବଙ୍ଗତ ରାଜନେତା ଓ ଶହୀଦ ମାନଙ୍କ ଉଦ୍ଦେଶ୍ୟରେ ଶୋକ ପ୍ରସ୍ତାବ ଆଣିଥିଲେ । ଏହି ପ୍ରସ୍ତାବ ଉପରେ ସଂକ୍ଷିପ୍ତ ଆଲୋଚନା ହେବା ପରେ ଶୋକ ପ୍ରସ୍ତାବ ସର୍ବସମ୍ମତି କ୍ରମେ ପାରିତ ହୋଇଥିଲା .
ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ. ପୂର୍ବତନ ରାଜ୍ୟପାଳ ମୁରଲୀଧାର ଚନ୍ଦ୍ରକାନ୍ତ ଭଣ୍ଡାରେ, ପୂର୍ବତନ ଉପବାଚସ୍ପତି ସୁରେନ୍ଦ୍ରନାଥ ନାୟକ, ପୂର୍ବତନ ମନ୍ତ୍ରୀ ଦାମୋଦର ରାଉତ, ଡମ୍ବୁରୁଧର ଉଲ୍ଲାକା, କମଳା ଦାସ. ପୂର୍ବତନ ବିଧାୟକ ସୁଜ୍ଞାନ କୁମାର ଦେଓ, ଆଦିତ୍ୟ ମାଢି ଏବଂ ସମାଜସେବୀ କମଳା ପୂଜାରୀ ଏବଂ ପୂର୍ବତନ କନେଷ୍ଟବଳ ହିମାଂଶୁ ଶେଖର ରଥଙ୍କ ଉଦ୍ଦେଶ୍ୟରେ ଶୋକ ପ୍ରସ୍ତାବ ଆଣିଥିଲ । ବିରୋଧୀ ଦଳ ନେତା ନବୀନ ପଟନାୟକ ଏବଂ କଂଗ୍ରେସ ବିଧାୟକ ଦଳ ନେତା ରାମଚନ୍ଦ୍ର କାଡାମ ଓ ସିପିଆଇଏମ ବିଧାୟକ ଲକ୍ଷ୍ମଣ ମୁଣ୍ଡା ଏହି ଶୋକ ପ୍ରସ୍ତାବକୁ ସମର୍ଥନ କରିଥିଲେ । ଏହା ପରେ ଏହି ପ୍ରସ୍ତାବ ପାରିତ ହୋଇଥିଲା ।
Related Stories
September 19, 2024
September 19, 2024