ନୂଆଦିଲ୍ଲୀ– ଗଣତନ୍ତ୍ର ଦିବସ ୨୦୨୫ ଅବସରରେ ଘୋଷଣା ହେବାକୁ ଥିବା ପଦ୍ମ ପୁରସ୍କାରକୁ ନେଇ ନାମାଙ୍କନ ତଥା ସୁପାରିଶ ଅନ୍ ଲାଇନ୍ ପ୍ରାପ୍ତ କରିବା ନିମନ୍ତେ ପୋର୍ଟାଲ ସେପ୍ଟେମ୍ବର ୧୫ ତାରିଖ, ୨୦୨୪ ପର୍ଯ୍ୟନ୍ତ ଖୋଲା ରହିବ ।
କେନ୍ଦ୍ର ଗୃହମନ୍ତ୍ରାଳୟ ସୋମବାର ଏକ ବୟାନ୍ ଜାରି କରି କହିଛି ଯେ, ଗଣତନ୍ତ୍ର ଦିବସ ୨୦୨୫ ଅବସରରେ ଘୋଷଣା ହେବାକୁ ଥିବା ପଦ୍ମ ପୁରସ୍କାର-୨୦୨୫ ନିମନ୍ତେ ନାମାଙ୍କନ ଏବଂ ସୁପାରିଶ ମଇ ୧ ତାରିଖ ୨୦୨୪ରୁ ଆରମ୍ଭ ହୋଇଛି । ପଦ୍ମ ପୁରସ୍କାର ନିମନ୍ତେ ନାମାଙ୍କନର ଶେଷ ତାରିଖ ସେପ୍ଟେମ୍ବର ୧୫ ତାରିଖ, ୨୦୨୪ ରହିଛି । ପଦ୍ମ ପୁରସ୍କାର ନିମନ୍ତେ ନାମାଙ୍କନ ଓ ସୁପାରିଶ ରାଷ୍ଟ୍ରିୟ ପୁସ୍କାର ପୋର୍ଟାଲ (https://awards.gov.in) ରେ ଅନଲାଇନ୍ ପ୍ରାପ୍ତ କରାଯିବ ।