ଭୁବନେଶ୍ୱର- ବାଚସ୍ପତି ଡ. ସୂର୍ଯ୍ୟ ନାରାୟଣ ପାତ୍ର ଚଳିତ ଜାନୁଆରୀ ୧୫ ତାରିଖରେ ସପ୍ତମ ରାଜ୍ୟଗୋÂୀ ସଂସଦୀୟ ସଂଘ (ଭାରତ ଅଂଚଳ) ସମ୍ମିଳନୀରେ ଯୋଗଦେବା ପାଇଁ ଉତରପ୍ରଦେଶ ରାଜଧାନୀ ଲକ୍ଷେ୍ନø ଗସ୍ତ କରିବେ । ଲକ୍ଷେ୍ନø ବିଧାନଭବନରେ ଆୟୋଜିତ ଏହି ସମ୍ମିଳନୀରେ ଲୋକସଭା ଓ ରାଜ୍ୟ ବିଧାନସଭାର ଉପଯୁକ୍ତ ପରି·ଳନା ସଂପର୍କରେ ବିସ୍ତୃତ ଆଲୋଚନା ହେବ ।
ଦେଶର ସମ୍ବିଧାନ ଓ ବିଧାନସଭା ପରି·ଳନା ନିୟମାବଳୀ ଅନୁଯାୟୀ ଗୃହ ପରି·ଳନା ଠିକ୍ ଭାବେ କରିବା ପାଇଁ ଆବଶ୍ୟକୀୟ ପଦକ୍ଷେପ ଗ୍ରହଣ ସଂପର୍କରେ ମଧ୍ୟ ଆଲୋଚନା ହେବା ସହିତ ସଂସଦୀୟ ନିୟମାବଳୀ ପ୍ରଣୟନ କରାଯିବ । ସାଂସଦ, ବିଧାୟକ ଓ ଗୃହର କର୍ମ·ରୀମାନଙ୍କୁ ଗୃହ ପରି·ଳନାରେ ସହାୟତା ପ୍ରଦାନ, ଉତମ ପ୍ରଶାସନ ସଂପର୍କିତ ମାନକ ଚିହ୍ନଟୀକରଣ ତଥା ରାଜ୍ୟଗୋÂୀର ମୂଲ୍ୟବୋଧକୁ କାର୍ଯ୍ୟାନ୍ୱୟନ କରିବା ଉଦେ୍ଧଶ୍ୟରେ ଏହି ସମ୍ମିଳନୀ ଅନୁÂିତ ହେବ ।ଏଥି ସହିତ ବିଧାନସଭା ଓ ଲୋକସଭାରେ ସୂଚନା ପ୍ରଯୁକ୍ତିର ପ୍ରଚଳନ ଓ କମ୍ପୁ୍ୟଟରୀକରଣ ସଂପର୍କରେ ମଧ୍ୟ ବି·ରବିମର୍ଶ କରାଯିବ ।
ଏଠାରେ ଉଲ୍ଲେଖଯୋଗ୍ୟ ଯେ ବାଚସ୍ପତି ଡ. ପାତ୍ର ଏଥି ପୂର୍ବରୁ ଲୋକସଭା ବାଚସ୍ପତିଙ୍କ ଦ୍ୱାରା ଗଠିତ ଏ ସଂପର୍କିତ କମିଟିର ଅନ୍ୟତମ ସଦସ୍ୟ ଭାବେ ମନୋନୀତ ହୋଇଛନ୍ତି । ଏହି ସମ୍ମିଳନୀକୁ ରାଜ୍ୟଗୋÂୀ ସଂସଦୀୟ ସଂଘ, ଉତରପ୍ରଦେଶ ଶାଖା ଦ୍ୱାରା ଆୟୋଜନ କରାଯାଉଛି । ଏହି ସମ୍ମିଳନୀ ଜାନୁଆରୀ ୧୮ ତାରିଖ ପର୍ଯ୍ୟନ୍ତ ଅନୁÂିତ ହେବ । ୧୯ ତାରିଖରେ ବାଚସ୍ପତି ଡ. ପାତ୍ର ଭୁବନେଶ୍ୱର ପ୍ରତ୍ୟାବର୍ତନ କରିବେ ।
ଡ. ପାତ୍ରଙ୍କ ନେତୃତ୍ୱରେ ଗଠିତ ପ୍ରତିନିଧି ମଣ୍ଡଳରେ ଉପବାଚସ୍ପତି ଶ୍ରୀ ରଜନୀକାନ୍ତ ସିଂ ଓ ବିଧାନସଭା ସଚିବ ଶ୍ରୀ ଦାଶରଥୀ ଶତପଥୀ ପ୍ରମୁଖ ସାମିଲ ଅଛନ୍ତି ।