
ଭୁବନ– ଭୁବନ ଥାନା ପରିସରରେ ଆରକ୍ଷୀ ନିରୀକ୍ଷକ ମନସ୍ଵିନୀ ମହାନ୍ତିଙ୍କ ତତ୍ତ୍ଵାବଧାନରେ ବୃକ୍ଷରୋପଣ କରାଯାଇଛି । ବନାଞ୍ଚଳ ଅଧିକାରୀ ରାକେଶ କୁମାର ଦଳେଇ , ଥାନା ଏଏସଆଇ ମୀନକେତନ ପ୍ରଧାନଙ୍କ ସମେତ ସମସ୍ତ କର୍ମଚାରୀ ଯୋଗଦେଇ ଆମ୍ବ, ପିଜୁଳି, ଲେମ୍ବୁ, ବଉଳ ଇତ୍ୟାଦି ୫୦ ରୁ ଉର୍ଦ୍ଧ୍ବ ଚାରା ରୋପଣ କରିଥିଲେ । ଥାନା ତରଫରୁ ପ୍ରଥମ ଥର ପାଇଁ ବୃକ୍ଷରୋପଣ ଭଳି ମହତ କାର୍ଯ୍ୟ କରାଯାଇ ସମାଜ ପାଇଁ କଲ୍ୟାଣକାରୀ ପ୍ରେରଣା ଯୋଗାଇ ଥିବାରୁ ବୁଦ୍ଧିଜୀବୀ ମହଲରେ ଉଚ୍ଚ ପ୍ରଶଂସା କରାଯାଇଛି ।