
କାଠମାଣ୍ଡୁ– ବାଂଲାଦେଶରେ ହିଂସକ ପ୍ରଦର୍ଶନ କାରଣରୁ ଜନଜୀବନ ଅସ୍ତବ୍ୟସ୍ତ ହେବା ପରେ ଦେଶ ଛାଡିଥିବା ନେପାଳୀ ଛାତ୍ରଙ୍କ ସଂଖ୍ୟା ଲଗାତର ଭାବେ ବଢୁଛି । ଫେରୁଥିବା ଛାତ୍ରଙ୍କ ମଧ୍ୟରେ ଢାକା ସହିତ ବାଂଲାଦେଶର ଅନେକ ପ୍ରମୁଖ ସହରରେ ମେଡିକାଲ ପଢୁଥିବା ଛାତ୍ରଙ୍କ ସଂଖ୍ୟା ଅଧିକ । ନେପାଳର ବୈଦେଶିକ ମନ୍ତ୍ରାଳୟ ରବିବାର ସକାଳ ସୁଦ୍ଧା ପ୍ରାୟ ଏକ ହଜାରରୁ ଅଧିକ ଛାତ୍ରଙ୍କୁ ସୁରକ୍ଷିତ ନେପାଳ ଫେରିବା ନେଇ ସୂଚନା ଦେଇଛି । ଆକାଶପଥରେ ଅଧିକ ଭାରତ ଦେଇ ସିଲିଗୁଡି ଦେଇ ନେପାଳ ଆସୁଛନ୍ତି ।