ଭୁବନେଶ୍ୱର/କୋରାପୁଟ– ପଞ୍ଚଭୂତରେ ବିଲୀନ ହୋଇଛନ୍ତି ପଦ୍ମଶ୍ରୀ କମଳା ପୂଜାରୀ। କୋରାପୁଟ ଜିଲାର ଜୟପୁର ବ୍ଲକ ଅନ୍ତଗର୍ତ ପାତ୍ରପୁଟ ଗ୍ରାମ ଶ୍ମଶାନରେ ପୂର୍ଣ୍ଣ ରାଷ୍ଟ୍ରୀୟ ମର୍ଯ୍ୟାଦା ସହିତ ରବିବାର ପୂର୍ବାହ୍ନରେ ତାଙ୍କର ଅନ୍ତିମ ସଂସ୍କାର କରାଯାଇଛି। ଅନ୍ତିମ ସଂସ୍କାର ପୂର୍ବରୁ ଗାଁ ଶ୍ମଶାନରେ ତାଙ୍କୁ ଗାର୍ଡ ଅଫ୍ ଅନର ଦିଆଯାଇଥିଲା। ସାନ ପୁଅ ଟଙ୍କଧର ପୂଜାରୀ ମୁଖାଗ୍ନି ଦେଇଥିଲେ। ତାଙ୍କ ପାର୍ଥିବ ଶରୀର ଗ୍ରାମରେ ପହଞ୍ଚିବା ପରେ ଏକ ଶୋକାକୂଳ ପରିବେଶ ସୃଷ୍ଟି ହୋଇଥିଲା। ବହୁ ବିଶିଷ୍ଟ ବ୍ୟକ୍ତିବିଶେଷ ପହଞ୍ଚି ତାଙ୍କ ଶେଷ ଦର୍ଶନ କରିଥିଲେ। ଗତକାଲି ଏସସିବିରେ ତାଙ୍କର ବିୟୋଗ ହୋଇଥିଲା।
Related Stories
September 20, 2024