ଭୁବନେଶ୍ୱର, ବିଜୁ ପଟ୍ଟନାୟକ କ୍ରୀଡ଼ା ପୁରସ୍କାର ପୂର୍ବପରି ଚାଲୁ ରହିବ ବୋଲି ସୂଚନା ଦେଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ସାମ୍ବାଦିକ ମାନଙ୍କ ସହ କଥାବାର୍ତା ବେଳେ ଶ୍ରୀ ମାଝୀ କହିଛନ୍ତି, ବିଜୁ ପଟ୍ଟନାୟକ କ୍ରୀଡ଼ା ପୁରସ୍କାର ନାମ ପରିବର୍ତ୍ତନ ବିଷୟରେ ଗଣମାଧ୍ୟମରୁ ସୂଚନା ପାଇଲି । ନାମ ପରିବର୍ତ୍ତନ ନେଇ କୌଣସି ବିଧିବଦ୍ଧ ନିଷ୍ପତ୍ତି ହୋଇନାହିଁ । ସେ କହିଛନ୍ତି ଯେ ମୋ ସରକାର ଓଡ଼ିଶାର ବରପୁତ୍ର ମାନଙ୍କୁ ଯଥୋଚିତ ସମ୍ମାନ ଦିଏ । ବିଜୁ ବାବୁ ନିଜର ଦୀର୍ଘ ଦଶନ୍ଧିର ରାଜନୈତକ ଓ ସାମାଜିକ ଜୀବନରେ କରିଥିବା ଅବଦାନ ସ୍ମରଣୀୟ ହୋଇ ରହିବ । ବିଜୁ ପଟ୍ଟନାୟକ କ୍ରୀଡ଼ା ପୁରସ୍କାର ପୂର୍ବପରି ଚାଲୁ ରହିବ ।
Related Stories
November 22, 2024