-
ନବୀନ ନିବାସରେ ମୁଖ୍ୟମନ୍ତ୍ରୀ ଓ ଉପ ମୁଖ୍ୟମନ୍ତ୍ରୀ ବିରୋଧୀଦଳ ନେତା ନବୀନ ପଟ୍ଟନାୟକଙ୍କୁ ଭେଟିଲେ।
-
. ରାଜ୍ୟର ବୃହତ୍ତର ସ୍ୱାର୍ଥ ଦୃଷ୍ଟିରୁ ଗଠନମୂଳକ ସହଯୋଗ ଲୋଡିଲେ।
ଭୁବନେଶ୍ୱର, ବିଧାନସଭା ର ଅବ୍ୟବହିତ ପୂର୍ବରୁ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକଙ୍କୁ ସାକ୍ଷାତ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଓ ଉପ ମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂଦେଓ। ଉଭୟ ମୁଖ୍ୟମନ୍ତ୍ରୀ ଉପମୁଖ୍ୟମନ୍ତ୍ରୀ ନବୀନ ନିବାସକୁ ଯାଇ ବିରୋଧୀଦଳ ନେତାଙ୍କୁ ସାକ୍ଷାତ କରିଛନ୍ତି ବୋଲି ଗଣମାଧ୍ୟମକୁ ସୂଚନା ଦେଇଛନ୍ତି ସଂସଦୀୟ ବ୍ୟାପର ମନ୍ତ୍ରୀ ମୁକେଶ ମାହାଲିଙ୍ଗ ।
ରାଜ୍ୟର ବୃହତର ସ୍ୱାର୍ଥ ଦୃଷ୍ଟିରୁ ମୁଖ୍ୟ ବିରୋଧୀ ଦଳଠାରୁ ଗଠନମୂଳକ ସହଯୋଗ କାମନା କରିଛନ୍ତି ମୋହନ ସରକାର।
ଆହୁରି ମଧ୍ଯ ସଂସଦୀୟ ବ୍ୟାପାର ମନ୍ତ୍ରୀ କଂଗ୍ରେସ ଦଳ ର ସଭାପତି ଶରତ ପଟ୍ଟନାୟକ ଙ୍କ ସହ ଟେଲିଫୋନ ଯୋଗେ ବିକଶିତ ଓଡ଼ିଶା ଗଠନ ରେ ସକ୍ରିୟ ସହଯୋଗ ନିମନ୍ତେ ଆଲୋଚନା କରିଛନ୍ତି।
ଓଡ଼ିଆ ଲୋକଙ୍କ ସ୍ୱାର୍ଥରେ, ସବୁ ବର୍ଗ ଓ ମତ ସହ ସମନ୍ବୟ ରଖି ଓଡ଼ିଶାବାସୀଙ୍କ ସେବା କରିବାକୁ ସରକାର ପ୍ରତିବଦ୍ଧ ଥିବା ମୁଖ୍ୟମନ୍ତ୍ରୀ କହିଥିବା ସଂସଦୀୟ ବ୍ୟାପର ମନ୍ତ୍ରୀ ମୁକେଶ ମାହାଲିଙ୍ଗ ପ୍ରକାଶ କରିଛନ୍ତି।