ମାଲକାନଗିରି,ମାଲକାନଗିରି ଜିଲ୍ଲାରେ ଜାରି ରହିଛି ବର୍ଷା । ଲଗାଣ ବର୍ଷାରେ ବେହାଲ ମାଲକାନଗିରି ଜିଲ୍ଲା । ହେଲେ ଗତ ୩ ଦିନ ଧରି ବର୍ଷା ପାଣିରେ ବୁଡ଼ି ରହିଥିବା ପାଙ୍ଗାମ, ଏମଭି-୯୦, ଏମଭି-୯୬, ମହାରାଜପାଲି ଓ ପୋଟେରୁ ପୋଲ ଉପରୁ ପାଣି ତଳକୁ ଖସିଥିବା ବେଳେ କାଙ୍କୁରୁକୋଣ୍ଡା ପୋଲ ଉପରେ ସାମାନ୍ୟ ପାଣି ପ୍ରବାହିତ ହେଉଛି ।ହେଲେ ମାଲକାନଗିରିଠାରୁ ମୋଟୁ ପର୍ଯ୍ୟନ୍ତ ୩୨୬ ନଂ ଜାତୀୟ ରାଜପଥର ଗମନାଗମନ ସ୍ୱାଭାବିକ ହୋଇନାହିଁ ।
ବନ୍ୟା ପାଣିରେ କ୍ଷତିଗ୍ରସ୍ତ ହୋଇଛି ପୋଟେରୁ ପୋଲ । ପୋଲ ଉପରେ ବଡ଼ ବଡ଼ ଗଛ ଆସି ଲାଗି ରହିଥିବା ବେଳେ କଂକ୍ରିଟ୍ ଛାତ ଉଠି ଯାଇଥିବା ଦେଖିବାକୁ ମିଳିଛି । ରାଜପଥ ବିଭାଗ ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଛି । ପୋଲ ମରାମତି ପରେ ଯାନ ବାହାନ ଚଳାଚଳ ହୋଇଥିଲା ।ଗତ ୩ ବର୍ଷ ତଳେ ପୋଟରୁ ପୋଲ ରେ ବନ୍ୟା ଯୋଗୁଁ ଉପର ସ୍ଲାବ ଭାଙ୍ଗି ଯାଇଥିଲା ଜାତୀୟ ରାଜପଥ ପକ୍ଷରୁ ଏହାର ମରାମତି କରାଯିବା ସହ ଏହି ପୋଲ କୁ ବିପଦ ସଂକୁଳ ବୋଲି ଘୋଷଣା କରିଥିଲା!ମାଲକାନଗିରିଠାରୁ କାଲିମେଳା -ମୋଟୁ ଓ ପଡ଼ିଆ ମଧ୍ୟରେ ଯୋଗାଯୋଗ ବର୍ତ୍ତମାନ ସୁଦ୍ଧା ବିଚ୍ଛିନ୍ନ ରହିଛି । ଅନେକ ପୋଲର ଦୁଇ ପାର୍ଶ୍ଵରେ ଅନେକ ଯାନ ବାହାନ ଅଟକି ରହିଛି । ପୋଲିସ ଓ ପ୍ରଶାସନିକ ଅଧିକାରୀମାନେ ସବୁଠି ଉପସ୍ଥିତ ରହି ଘଟଣା ଉପରେ ନଜର ରଖିଛନ୍ତି ।