ଜମ୍ମୁ, କଡା ସୁରକ୍ଷା ବ୍ୟବସ୍ଥା ମଧ୍ୟରେ ଅମରନାଥ ଗୁମ୍ଫା ତୀର୍ଥ ଯାତ୍ରା ପାଇଁ 3471 ତୀର୍ଥଯାତ୍ରୀଙ୍କ ଆଉ ଏକ ବ୍ୟାଚ ଜମ୍ମୁର ଭଗବତୀ ନଗର ଯାତ୍ରୀ ନିବାସ ବେସକ୍ୟାମ୍ପରୁ କଶ୍ମୀର ଘାଟି ଅଭିମୁଖେ ଗସ୍ତ କରିଛନ୍ତି । ତୀର୍ଥଯାତ୍ରୀ ଶନିବାର ସକାଳ 114 ଗାଡିର କାଫିଲାରେ ଜମ୍ମୁ ବେସ କ୍ୟାମ୍ପରୁ ବାହାରିଛନ୍ତି । ଏଥିରେ 1073 ତୀର୍ଥଯାତ୍ରୀ ବାଲଟାଲ ବେସ କ୍ୟାମ୍ପ ଓ 2398 ପହଲଗାମ ବେସ କ୍ୟାମ୍ପ ଯାଇଛନ୍ତି ଯେଉଁଠାରୁ ସେମାନେ ପବିତ୍ର ଗୁମ୍ଫା ଅଭିମୁଖେ ଯାତ୍ରା କରିବେ । ଏବେ ସୁଦ୍ଧା 3.50 ଲକ୍ଷରୁ ଅଧିକ ଶ୍ରଦ୍ଧାଳୁ ବାବା ବର୍ଫାନୀଙ୍କ ଦର୍ଶନ କରିସାରିଛନ୍ତି ।