ନୂଆଦିଲ୍ଲୀ, ବିଶ୍ୱର ସବୁଠୁ ବଡ ସଫ୍ଟୱେୟାର କଂପାନୀ ମାଇକ୍ରୋସଫ୍ଟର ଆଉଟେଜର ପ୍ରଭାବର ଆଜି ବି ଫ୍ଳାଇଟ ଅପରେସନ ଉପରେ ପଡିଛି । ବିଶ୍ୱରେ ଶୁକ୍ରବାର ଚାରି ହଜାରରୁ ଅଧିକ ବିମାନ ପରିଚାଳନ ରଦ୍ଦ ହୋଇଥିଲା । ବିଶେଷଜ୍ଞଙ୍କ ଅନୁସାରେ ସିଷ୍ଟମ ସଂପୂର୍ଣ୍ଣ ଭାବେ ଠିକ୍ ହେବାକୁ କିଛି ସମୟ ଲାଗିପାରେ । ବିଶେଷଜ୍ଞ ଶନିବାର କହିଛନ୍ତି ଯେ, ସାରା ବିଶ୍ୱରେ ମାଇକ୍ରୋସଫ୍ଟରେ କ୍ରାଉଡଷ୍ଟ୍ରାଇକ ଅପଡେଟ କାରଣରୁ କଂପ୍ୟୁଟର ସିଷ୍ଟମ ପ୍ରଭାବିତ ହେବା ପରେ ଏବେ ବିଜନେସ ଓ ସର୍ଭିସେସ ଧୀରେ ଧୀରେ ସୁଧୁରୁଛି । କିନ୍ତୁ ଏବେ ବି ବିମାନ ପରିଚାଳନରେ ସମସ୍ୟା ଦେଖାଦେଉଛି । ଭାରତରେ ଏହାର ପ୍ରଭାବ ବିମାନ ସେବା ବ୍ୟତୀତ ଅନ୍ୟ କୌଣସି ସେକ୍ଟରରେ ଦେଖିବାକୁ ମିଳିନାହିଁ ।