
ଭୁବନେଶ୍ୱର/ବୌଦ୍ଧ,୨୦ ଫୁଟ ତଳକୁ ଓଲଟିଲା ବସ । ଦୁର୍ଘଟଣାରେ ୪୦ଜଣ ଆହତ ହୋଇଥିବା ବେଳେ ୨୦ଜଣ ଗୁରୁତର ଆହତ ହୋଇଛନ୍ତି । ୩ ଗୁରୁତରଙ୍କୁ ବୁର୍ଲା ସ୍ଥାନାନ୍ତର କରାଯାଇଛି। ସୂଚନା ଅନୁଯାୟୀ ଗତକାଲି ବିଳମ୍ବିତ ରାତିରେ ମହାଦେବ ନାମକ ଏକ ଘରୋଇ ବସ ଭୁବନେଶ୍ୱରରୁ ମାଲକାନଗିରି ଅଭିମୁଖେ ଯାଉଥିବା ବେଳେ ବୌଦ୍ଧ ଥାନା ୫୭ନମ୍ବର ଜାତୀୟ ରାଜପଥ ସ୍ଥିତ ସରସର ନିକଟ ଏକ ସେତୁର ୨୦ ଫୁଟ ତଳକୁ ବସଟି ଭାରସାମ୍ୟ ହରାଇ ଖସିପଡ଼ିଥିଲା। ଖବର ପାଇ ଅଗ୍ନିଶମ ବହିନୀ ଓ ପୋଲିସ ଘଟଣା ସ୍ଥଳରେ ପହଞ୍ଚିଥିଲେ । ସମସ୍ତ ଆହତଙ୍କୁ ଉଦ୍ଧାର କରି ବୌଦ୍ଧ ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି । ତେବେ ୪୦ ଯାତ୍ରୀ ଆହତ ହୋଇଥିବା ବେଳେ ସେମାନଙ୍କ ମଧ୍ୟରୁ ୧୭ ଜଣ ଗୁରୁତର ଆହତ ହୋଇଛନ୍ତି ଓ ୩ ଜଣଙ୍କୁ ବୁର୍ଲା ସ୍ଥାନାନ୍ତରିତ କରାଯାଇଛି । ତେବେ ବସ ଚାଳକ ଓ ହେଲପର ମଦ୍ୟପାନ କରିଥିବା କିଛି ଯାତ୍ରୀ ଅଭିଯୋଗ କରିଥିବା ବେଳେ ପୋଲିସ ୨ ଜଣଙ୍କୁ ଅଟକ ରଖି ତଦନ୍ତ ଚଳାଇଛି ।