
ଭୁବନେଶ୍ୱର, ନବକଳେବର ପରେ ଆରମ୍ଭ ହୋଇଛି ନୂତନ ଭାବେ ଗଠିତ ବିଜେଡିର ମିଡ଼ିଆ ଓ ମୁଖପାତ୍ରଙ୍କ ବୈଠକ । ଶଙ୍ଖ ଭବନରେ ବସିଛି ବୈଠକ । ଟିମ ଗଢ଼ା ହେବା ପରେ ବିଜେଡିର ମିଡ଼ିଆ ଓ ମୁଖପାତ୍ରଙ୍କ ଏହା ପ୍ରଥମ ବୈଠକ । ଦଳର ବରିଷ୍ଠ ମିଡ଼ିଆ ସଂଯୋଜକ ପ୍ରତାପ ଜେନାଙ୍କ ଅଧ୍ୟକ୍ଷତାରେ ବସିଛି ବୈଠକ । ଜାତୀୟ ମୁଖପାତ୍ର ପ୍ରଦୀପ କୁମାର ମାଝୀ, ଦଳ ରାଜ୍ୟସ୍ତରୀୟ ମୁଖପାତ୍ର ପ୍ରସନ୍ନ ଆଚାର୍ଯ୍ୟ, ପ୍ରମିଳା ମଲ୍ଲିକ, ପ୍ରତାପ କେଶରୀ ଦେବ, ଡକ୍ଟର ଅରୁଣ କୁମାର ସାହୁ, ସୁଦାମ ମାରାଣ୍ଡି, ଶ୍ରୀମୟୀ ଶ୍ୱେତାସ୍ନିଗ୍ଧା ମିଶ୍ର, ଭ୍ରୁଗୁ ବକ୍ସିପାତ୍ର ପ୍ରମୁଖ ବୈଠକରେ ଉପସ୍ଥିତ ଅଛନ୍ତି ।