ଭୁବନେଶ୍ୱର– ପଦ୍ମଶ୍ରୀ କମଳା ପୂଜାରୀଙ୍କ ପରଲୋକରେ ଗୃହ ନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ଡାଃ କୃଷ୍ନଚନ୍ଦ୍ର ମହାପାତ୍ର ଗଭୀର ଶୋକ ପ୍ରକାଶ କରିଛନ୍ତି | ମନ୍ତ୍ରୀ ଡାଃ ମହାପାତ୍ର ତାଙ୍କ ଶୋକବାର୍ତ୍ତାରେ କରିଛନ୍ତି ଯେ କମଳା ପୂଜାରୀ ଜୈବିକ କୃଷିର ପ୍ରୋତ୍ସାହନ, କୃଷକମାନଙ୍କୁ ତାଲିମ ଓ ବିରଳ କିସମର ବିହନ ସଂରକ୍ଷଣ କ୍ଷେତ୍ରରେ ଅସାଧାରଣ ଅବଦାନ ରଖିଯାଇଛନ୍ତି |
ତାଙ୍କ ବିୟୋଗରେ ରାଜ୍ୟ ଜଣେ ବିଶିଷ୍ଟ କୃଷି ବିଶାରଦଙ୍କୁ ହରାଇଲା | ମନ୍ତ୍ରୀ ଡଃ ମହାପାତ୍ର ସ୍ଵର୍ଗତଃ ଆତ୍ମାର ସଦଗତି କାମନା କରିବା ସହିତ ଶୋକସନ୍ତପ୍ତ ପରିବାରବର୍ଗଙ୍କୁ ଗଭୀର ସମବେଦନା ଜ୍ଞାପନ କରିଛନ୍ତି |