ଭୁବନେଶ୍ୱର, ମାଲକାନଗିରି ଜିଲ୍ଲା ସମେତ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା କାରଣରୁ ଉତ୍ପନ୍ନ ହୋଇଥିବା ସ୍ଥିତି ସମ୍ପର୍କରେ ସମୀକ୍ଷା କରିଛନ୍ତି ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୁଜାରୀ । ସେ ପୁରୀ ଠାରେ ସ୍ୱତନ୍ତ୍ର ରିଲିଫ କମିଶନରଙ୍କ ସହ ଏ ସମ୍ପର୍କରେ ସମୀକ୍ଷା କରିଛନ୍ତି ।
ସ୍ୱତନ୍ତ୍ର ରିଲିଫ କମିଶନର ବିଭିନ୍ନ ଜିଲ୍ଲାର ଜିଲ୍ଲାପାଳ ମାନଙ୍କ ସହ ଏ ସମ୍ପର୍କରେ ସମୀକ୍ଷା କରିଥିବା ନେଇ ଏସଆରସି କାର୍ଯ୍ୟାଳୟ ପକ୍ଷରୁ ଏକ ପ୍ରେସ ବିବୃତିରେ ସୂଚନା ଦିଆଯାଇଛି ।
ମିଳିଥିବା ସୂଚନା ଅନୁସାରେ ଗତ 24 ଘଂଟା ମଧ୍ୟରେ ମାଲକାନଗିରିରେ ହାରାହାରି 190 ମିଲିମିଟର, ନବରଙ୍ଗପୁରରେ 70 ମିମି ଓ କୋରାପୁଟରେ 67.4 ମିଲି ମିଟର ବର୍ଷା ରେକର୍ଡ କରାଯାଇଛି । ମାଲକାନିଗିରି ଜିଲ୍ଲାର ଖଇରପୁଟ ବ୍ଲକେର ଗତ ଗତ 24 ଘଂଟାରେ 221.2 ମିଲି ବର୍ଷା ରେକର୍ଡ କାରଯାଇଛି ।
ମାଲକାନଗିରିର ଜିଲ୍ଲାଧିକାରୀଙ୍କ ଠାରୁ ମିଳିଥିବା ସୂଚନା ଅନୁସାରେ ବଙ୍ଗୋପ ସାଗରରେ ଡିପ୍ରେସନ କାରଣରୁ ହୋଇଥିବା ବର୍ଷା ଫଳରେ ମାଲକାନଗିରିରେ ଅନେକ ରାସ୍ତା ଓ ପୋଲ ବୁଡି ଯାଇଛି । ପଡିଆ-କାଳିମେଳା ରାସ୍ତା ପ୍ରଭାବିତ ହୋଇଛି । ପୋଲ ଉପରେ ଲୋକ ମାନଙ୍କୁ ନ ଛାଡିବାକୁ ପୋଲିସ ସେଠାରେ ଉପସ୍ଥିତ ଅଛି । ତହସିଲଦାର ଓ ବିଡିଓ ମାନଙ୍କୁ ଘଟଣାସ୍ଥଳରେ ପହଂଚି ଆବଶ୍ୟକ ପଦକ୍ଷେପ ନେବାକୁ ନିର୍ଦେଶ ଦିଆଯାଇଛି ।