ଲଣ୍ଡନ– ସଂସଦୀୟ ନିର୍ବାଚନ ପରେ ବ୍ରିଟେନରେ ହିଂସା ଉଗ୍ର ରୂପ ନେଇଛି । ଲିଡସର ହେୟର ହିଲ୍ସରେ ହୋଇଥିବା ଦଙ୍ଗାର ଭୟାବହ ଚିତ୍ର ସାମ୍ନାକୁ ଆସିଛି । ଦଙ୍ଗାକାରୀମାନେ ପୋଲିସ ଗାଡି ଭଙ୍ଗାରୁଜା କରିବା ସହ ବିଭିନ୍ନ ସ୍ଥାନରେ ନିଆଁ ଲଗାଇଛନ୍ତି । ବସ ମଧ୍ୟ ଜାଳି ଦେଇଛନ୍ତି । ଉପଦ୍ରବକାରୀମାନେ ଗୋଟିଏ ବସ ଜାଳି ଦେଇଥିବା ବେଳେ ପୋଲିସ ଗାଡି ଓଲଟାଇ ଦେଇଛନ୍ତି । ସାଂଘାତିକ ଅବସ୍ଥା ଦେଖି ଲୋକଙ୍କୁ ଘରୁ ନବାହାରିବାକୁ ଅପିଲ କରିଛି ପୋଲିସ । ହେୟର ହିଲ୍ସରେ ବହୁ ସଂଖ୍ୟାରେ ପୋଲିସ ବଳ ମୁତୟନ କରାଯାଇଛି । ଏବେ ସୁଦ୍ଧା କେହି ମୃତାହତ ହୋଇଥିବାର ସୂଚନା ମିଳିନାହିଁ । ସ୍ଥାନୀୟ ଖବର କାଗଜ ମୁତାବକ ହେୟର ହିଲ୍ସର ଏକ୍ସର ଷ୍ଟ୍ରିଟରେ ଚାଇଲ୍ଡ କେୟାର ସରକାରୀ ଏଜେନ୍ସି କିଛି ଲୋକଙ୍କ ପିଲାଙ୍କୁ ନେଇଯିବା ପରେ ଏହି ଦଙ୍ଗା ସୃଷ୍ଟି ହୋଇଛି । ପିଲାଙ୍କୁ ସେମାନଙ୍କ ମାତା ପିତାଙ୍କ ଠାରୁ ଦୂରେଇ ଚାଇଲ୍ଡ କେୟାର ହୋମରେ ରଖାଯାଉ ବୋଲି ବିକ୍ଷୋଭକାରୀ ଚାହୁଁନାହାନ୍ତି । ଲୋକେ ଏହାର ବିରୋଧ କରୁଛନ୍ତି । ଦଙ୍ଗାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ।
Related Stories
November 23, 2024