ସମ୍ବଲପୁର; ଅଦ୍ୟ ବୈଜାମୁଣ୍ଡା ସ୍ଥିତ ସମ୍ମନିତ ଭିତିଭୂମି ପରିସରରେ ଜିଲ୍ଲା ପ୍ରଶାସନ ଓ ମହାନଦୀ କୋଲ୍ଡ ଫିଲ୍ଡ ଲିମିଟେଡ,ବୁର୍ଲା ର ମିଳିତ ଆନୁକୁଲ୍ୟ ରେ ୧୫ ଜଣ ଭିନ୍ନକ୍ଷମ ଙ୍କୁ ଈ-ରିକ୍ସା ବଣ୍ଟନ କରଯାଇଥିଲା। ସେଥି ମଧ୍ୟ ରୁ ଯୁଯୁମରା ରୁ ୫ ଜଣ, ଧନକଉଡା ରୁ ୧ ଜଣ, ମାନେଶ୍ଵର ରୁ ୨ ଜଣ, ନାକଟିଦେଉଳ ରୁ ୨ ଜଣ ଓ ସମ୍ବଲପୁର ସଦର ରୁ ୫ ଜଣ ହିତାଧିକାରୀ ଙ୍କୁ ପ୍ରଦାନ କରାଯାଇଥିଲା। ଉକ୍ତ ଉତ୍ସବ ରେ ଭୀମସାର ରୁ ସୁପେରିଟେଣ୍ଡେଣ୍ଟ ଡ. ଲାଲମୋହନ ନାୟକ,ପ୍ରଶାସକନିକ ଅଧିକାରୀ ଶ୍ରୀ ସୁଦର୍ଶନ ସେ,ଏମସିଏଲ, ସିଏସଆର ମାନେଜର ଏସ.କେ ସିଶା, ଶ୍ରୀ ଅରବିନ୍ଦ ସାହୁ,ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ଶ୍ରୀ ଥବିର ମହାନନ୍ଦ ପ୍ରମୂଖ ମଞ୍ଚାସୀନ ଥିଲେ। ଉକ୍ତ କାର୍ଯ୍ୟକ୍ରମ କୁ ଜିଲ୍ଲାପାଳ ଶ୍ରୀ ଅକ୍ଷୟ ସୁନୀଲ ଅଗ୍ରୱାଲ ଆଇଏଏସ ଅଧ୍ୟକ୍ଷତା କରିବା ସହ ଭିନ୍ନକ୍ଷମ ମାନେ ନିଜ କୁ ଆତ୍ମନିର୍ଭର ଶୀଳ କରିବାରେ ଈ-ରିକ୍ସା ର ପ୍ରଚଳନ ଏକ ସମଉପଯୋଗୀ ପଦକ୍ଷପ ବୋଲି ବର୍ଣନା କରିଥିଲେ। ଏହି ଉଦ୍ୟମ ପାଇଁ MCL ର ସହଯୋଗ କୁ ଜିଲ୍ଲାପାଳ ବିଶେଷ ଧନ୍ୟବାଦ ଅର୍ପଣ କରିଥିଲେ। ସେ ତାଙ୍କ ସଂକ୍ଷିପ୍ତ ବକ୍ତବ୍ୟ ରେ ଭିନ୍ନକ୍ଷମ ମାନେ ନିଜର ସାମର୍ଥ୍ୟ କୁ ବୁଝି ନିଜେ କିପରି ଆତ୍ମନିର୍ଭରଶୀଳ ହୋଇପାରିବେ ଓ ସେଥି ପାଈଁ ପ୍ରଶାସନ ତରଫରୁ ସମସ୍ତ ସହଯୋଗ ପ୍ରଦାନ କରାଯିବାର ଅଶ୍ୱୋସନା ମଧ୍ୟ ଦେଇଥିଲେ। ଜିଲ୍ଲା ପ୍ରଶାସନ ତରଫରୁ ୧୦୦ ଟି ହୁଇଲ ଚେୟାର ମଧ୍ୟ ଇତି ଅବସରରେ ପ୍ରଦାନ କରଯାଇଥିଲା। ଜିଲ୍ଳାପାଳ ମୂକ ଓ ବଧୀର ସ୍କୁଲ ର ଛାତ୍ରଛାତ୍ରୀ ଙ୍କ ସହ କଥା ବାର୍ତା କରିବା ସହିତ ସ୍କୁଲ ମୁଖ୍ୟ ସମସ୍ୟା ଗୁଡିକର ସମାଧାନ ଖୁବ ଶୀଘ୍ର କରାଯିବ ବୋଲି ଅଶ୍ୱୋସନା ଦେଇଥିଲେ। ଉକ୍ତ କାର୍ଯ୍ୟକ୍ରମ କୁ ଆଞ୍ଚଳିକ ଭିନ୍ନକ୍ଷମ କେନ୍ଦ୍ର ର ଅଧିକାରୀ ଶ୍ରୀ ରବୀନ୍ଦ୍ର ନାଥ ଶତପଥୀ ପରିଚାଳନା କରିଥିଲେ।
Related Stories
November 22, 2024