ସମ୍ବଲପୁର-ପଶ୍ଚିମ ଓଡିଶା ର ସ୍ୱାସ୍ଥ୍ୟ ସେବା ର ପ୍ରାଣ କେନ୍ଦ୍ର ହେଲା ଭୀମସାର ବୁର୍ଲା, ହଜାର ହଜାର ରୋଗୀ ସେମାନଙ୍କ ର ସ୍ୱାସ୍ଥ୍ୟ ଜନିତ ଅସୁବିଧାର ନିରାକରଣ ଉପରେ ନିର୍ଭରଶୀଳ।ଉକ୍ତ ରୋଗୀ ମାନଙ୍କ ମଧ୍ୟ ରେ ପ୍ରତ୍ୟହ ବହୁଳ ସଂଖ୍ୟା ରେ ଭିନ୍ନକ୍ଷମ, ଅସହାୟ ବୃଦ୍ଧ ଓ ବୃଦ୍ଧା, ମାନସିକ ବିକୃତି ଗ୍ରସ୍ଥ, ଥାଲୀସେମିଆ, ସିକେଲ ସେଲ ଭଳି ବ୍ୟକ୍ତି ମାନେ ସେମାନଙ୍କର ଚିକିତ୍ସା ନିମନ୍ତେ ଆସିଥାନ୍ତି। ଉକ୍ତ ସେବା କୁ ଯୋଗାଇଦେବା ନିମନ୍ତେ ଜିଲ୍ଲା ପ୍ରଶାସନ ଓ ଭୀମସାର ର କର୍ମ କର୍ତା ଙ୍କ ମିଳିତ ଉଦ୍ୟମରେ ଏକ ଭିନ୍ନକ୍ଷମ ସହାୟତା କେନ୍ଦ୍ର ଖୋଲାଯାଇଛି। ଜିଲ୍ଲା ପ୍ରଶାସନ ତରଫରୁ ୧୦୦ ଟି ହୁଇଲ ଚେୟାର ଆଜି ପ୍ରତ୍ୟେକ ବିଭାଗ ଓ ସହାୟତା କେନ୍ଦ୍ର କୁ ପ୍ରଦାନ କରଯାଇଥିଲା।ଉକ୍ତ କାର୍ଯ୍ୟକ୍ରମ ରେ ଭୀମସାର ର ଡିରେକ୍ଟର ଡ. ଭାବଗ୍ରାହୀ ରଥ ଓ ସୁପେରିଟେଣ୍ଡେଣ୍ଟ ଡ. ଲାଲମୋହନ ନାୟକ, ପ୍ରଶାସକନିକ ଅଧିକାରୀ ଶ୍ରୀ ସୁଦର୍ଶନ ରାୟ , ମାନେଜର ଡ. ଅଶୋକ ପାଣିଗ୍ରାହୀ, ଶ୍ରୀ ଅରବିନ୍ଦ ସାହୁ,ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ଶ୍ରୀ ଥବିର ମହାନନ୍ଦ, ଆଞ୍ଚଳିକ ଭିନ୍ନକ୍ଷମ କେନ୍ଦ୍ର ର ଅଧିକାରୀ ଶ୍ରୀ ରବୀନ୍ଦ୍ର ନାଥ ଶତପଥୀ ପ୍ରମୂଖ ଉପସ୍ଥିତଥିଲେ। ଏତତ ବ୍ୟତୀତ ସହାୟକ କେନ୍ଦ୍ର ର ପରିଚାଳକ ପାଟ୍ରନ ନିହାଲ ସିଂହ,ମାମୁନି ଖାତୁନ ଓ ଅନ୍ୟ ସ୍ଵେଛାସେବୀ ବ୍ୟକ୍ତି ବିଶେଷ ଉପସ୍ଥିତ ଥିଲେ।ପ୍ରଶାସନ ର ଏହି କାର୍ଯ୍ୟକ୍ରମ କୁ ଜନସାଧାରଣ ରେ ପ୍ରଶଂସା କରାଯାଇଛି।
Related Stories
November 22, 2024