ଭୁବନେଶ୍ୱର– ପୁରୀ ଠାରେ ପରିବର୍ଦ୍ଧିତ ରାଜ୍ୟ କାର୍ଯ୍ୟକାରିଣୀ ବୈଠକ ପୂର୍ବରୁ ବିଜେପି ପଦାଧିକାରୀ ବୈଠକ ବସିଥିବା ଜଣା ପଡିଛି । ଏହି ବୈଠକରେ ରାଜ୍ୟ ବିଜେପିର ସମସ୍ତ ପଦାଧିକାରୀ, ରାଜ୍ୟ ସଙ୍ଗଠନ ସାଧାରଣ ସମ୍ପାଦକ ମାନସ ମହାନ୍ତି, କ୍ଷେତ୍ରୀୟ ପ୍ରଭାରୀ ସୁନୀଲ ବଂଶଲ, ରାଜ୍ୟ ପ୍ରଭାରୀ ବିଜୟ ପାଲ ସିଂ ତୋମାର, ସହ ପ୍ରଭାରୀ ଲତା ଉସେଣ୍ଡି, ସମସ୍ତ ମୋର୍ଚ୍ଚାର ସଭାପତି ଉପସ୍ଥିତ ଅଛନ୍ତି ।କାର୍ଯ୍ୟକାରିଣୀ ବୈଠକରେ ଆଲୋଚନା ହେବାକୁ ଥିବା ପ୍ରସ୍ତାବ ଗୁଡ଼ିକୁ ଉପରେ ପଦାଧିକାରୀ ବୈଠକରେ ମୋହର ବାଜିବ । ପଦାଧିକାରୀ ବୈଠକ ପରେ ବସିବ କାର୍ଯ୍ୟକାରିଣୀ ବୈଠକ । ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି. ନଡ୍ଡା କାର୍ଯ୍ୟକାରିଣୀକୁ ଉଦ୍ଘାଟନ କରିବେ ।
Related Stories
October 17, 2024