ଗଂଜାମ– ବେଲଗୁଣ୍ଠା ବ୍ଲକ ର ଟିକରପଡା ଗ୍ରାମରେ ଝାଡାବାନ୍ତି ରୋଗ ବ୍ଯାପି ଗତ ୫ ଦିନ ମଧ୍ୟରେ ୨୫ରୁ ଉର୍ଦ୍ଧ ବ୍ଯକ୍ତି ଆକ୍ରାନ୍ତ ହୋଇଥିବା ବେଳେ ଦୁଇ ଜଣଙ୍କ ମୃତ୍ୟୁ ଘଟିଛି । ମୃତକମାନେ ହେଲେ ଦେବ ଗୌଡ (୮୩) ଓ କନ୍ଧ ସାହୁ(୭୪) ୨୫ ଜଣ ଆକ୍ରାନ୍ତଙ୍କ ମଧ୍ଧରୁ ୧୫ ଜଣ ସୁସ୍ଥ ହୋଇ ଡାକ୍ତରଖାନାରୁ ଘରକୁ ଫେରଥିବା ବେଳେ ଆହୁରି ୧୦ ଜଣ ଭଂଜନଗର ଓବେଲଗୁଣ୍ଠା ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି । ଦୂଷିତ ପାଣି ବ୍ୟବହାର କରି ଲୋକେ ଝାଡାବାନ୍ତି ରୋଗରେ ଆକ୍ରାନ୍ତ ହୋଇଥିବା ଜଣାପଡିଛି ।