ଭୁବନେଶ୍ୱର– ବିଜେଡି ଦ୍ୱାରା ଛାୟା ସରକାର ଷ୍ଟ୍ରାଟେଜିରେ ଦଳୀୟ ବିଧାୟକଙ୍କୁ ବିଭାଗ ବଣ୍ଟନ କରିବାକୁ ନେଇ ସମାଲୋଚନା ବିଜେପି ସମାଲୋଚନା କରିଛି । ବିଜେପି ବିଧାୟକ ବାବୁ ସିଂ ଗତକାଲି ବିଜେଡି ଦଳର ୫୦ ଜଣ ବିଧାୟକ ଙ୍କୁ ବିଭିନ୍ନ ବିଭାଗ ବାଣ୍ଟିବା ପରେ ଆଜି ପ୍ରତିକ୍ରିୟା ରଖି କଟାକ୍ଷ କରିଛନ୍ତି । ସେ କହିଛନ୍ତି ବିଜେଡିର ଶାସନ ବ୍ୟବସ୍ଥାରେ ରହିବାର ହ୍ୟାଙ୍ଗ ଓଭର ଯାଇନି । ଲୋକେ ତାଙ୍କୁ କ୍ଷମତା ରୁ ବାହାର କରିସାରିଛନ୍ତି ତଥାପି ସେମାନେ ଭାବୁଛନ୍ତି ଆଜି ସରକାରରେ ଅଛନ୍ତି । ସରକାର ବିଭାଗ ବଣ୍ଟନ କରନ୍ତି ବିରୋଧୀ ଦଳ ନୁହେଁ । ଲୋକେ ଭୁଲ ଠିକ ନିର୍ଦ୍ଧାରଣ କରନ୍ତି । ବିରୋଧୀ ଦଳ ଯଦି କ୍ଷମତା ରେ ରହିବା ପାଇଁ ଏତେ ବ୍ୟାକୁଳ ତେବେ ନିର୍ବାଚନ ପର୍ଯ୍ୟନ୍ତ ଅପେକ୍ଷା କରନ୍ତୁ । ଯେହେତୁ ସରକାରରେ ରହିବାର ହ୍ୟାଙ୍ଗ ଓଭର ଯାଇନି ସେଥିପାଇଁ ବିଜେଡି ଏଭଳି ବିଭାଗ ବଣ୍ଟନର କରାଯାଇଛି । ଲାଗୁଛି ବିଜୁ ଜନତା ଦଳର ଛାୟା କେନ୍ଦ୍ର ସାଜିଥିବା ତାମିଲ ବାବୁ ଙ୍କ ନିର୍ଦ୍ଦେଶ ରେ ଏ ସବୁ ହେଉଛି । ବିଜେଡିକୁ ଲୋକେ ସରକାରରୁ ବାହାର କରି ଦେଇଛନ୍ତି ସେଥିପାଇଁ ସେମାନେ ବିରୋଧୀ ଦଳର ଭୂମିକା କୁ ସଠିକ ଭାବେ ନିର୍ବାହ କରନ୍ତୁ । ସରକାରର ହ୍ୟାଙ୍ଗ ଓଭର ରୁ ଦୁରେଇ ରୁହନ୍ତୁ ।
Related Stories
November 23, 2024