ଭୁବନେଶ୍ୱର – ବିଜେପି ରାଜ୍ୟପାଳଙ୍କ ପୁଅ ପ୍ରସଙ୍ଗରେ ବିଜେଡିର ବିକ୍ଷୋଭ କୁ ନେଇ ଜୋରଦାର କାଉଣ୍ଟର କରିଛି । ଏ ସମ୍ପର୍କରେ ପ୍ରତିକ୍ରିୟା ରଖି ଦଳର ବିଧାୟକ ବାବୁ ସିଂ କହିଛନ୍ତି ବିଜେଡି ଯେହେତୁ ବହୁତ ଦୁର୍ନୀତିରେ ଲିପ୍ତ ଥିଲେ ସେଥିପାଇଁ ତାଙ୍କ ପାଖରେ ସରକାରଙ୍କୁ କହିବା ଲାଗି କୌଣସି ପ୍ରସଙ୍ଗ ନାହିଁ । ତେଣୁ ରାଜ୍ୟପାଳଙ୍କୁ ନେଇ ସେମାନେ ରାଜନୀତି କରିବା ଆରମ୍ଭ କରିଛନ୍ତି । ରାଜ୍ୟପାଳ ହେଉଛନ୍ତି ଦଳ ଠୁ ଉର୍ଦ୍ଧ୍ବରେ । ଯଦି କେଉଁଠି କଣ ଭୁଲ ହୋଇଥିଲା ତାକୁ ନେଇ ରାଜ୍ୟପାଳ ଉକ୍ତ ପରିବାରର ଙ୍କ ସିଧାସଳଖ ବସି ଆଲୋଚନା କରିଛନ୍ତି । ସେହି ଘଟଣା ରେ ସମାଧାନ ର ବାଟ ବାହାରି ସାରିଛି । ଏହା ପରେ ବି ରାଜ୍ୟପାଳ ଙ୍କୁ ନେଇ ରାଜନୀତି କରିବା କେତେ ଦୂର ଠିକ ଓଡିଶା ବାସୀ ସବୁ ଦେଖୁଛନ୍ତି ।