ଭୁବନେଶ୍ଵର– ଗତ ୨୪ ଘଂଟା ମଧ୍ୟରେ ରାଜ୍ୟର କେତେକ ସ୍ଥାନରେ ସ୍ଵଳ୍ପରୁ ମଧ୍ୟମ ଧରଣର ବର୍ଷା ରେକର୍ଡ଼ ହୋଇଛି । କନ୍ଧମାଳ ଜିଲ୍ଲାର ଫୁଲବାଣୀରେ ସର୍ବାଧିକ ୮୨.୨ ମି.ମି. ବର୍ଷା ରେକର୍ଡ଼ ହୋଇଛି ।
ସେହିପରି ବୌଦ୍ଧ ଜିଲ୍ଲାର କଂଟାମାଳରେ ୮୦.୮ ମି.ମି., ବରଗଡ଼ ଜିଲ୍ଲାର ବରପାଲିରେ ୭୦.୦ ମି.ମି., ବଲାଙ୍ଗିର ଜିଲ୍ଲାର ବଙ୍ଗମୁଣ୍ଡାରେ ୭୦.୦ ମି.ମି., ଗଞ୍ଜାମ ଜିଲ୍ଲାର ପୋଲସରାରେ ୬୦.୨ ମି.ମି., କନ୍ଧମାଳ ଜିଲ୍ଲାର ଜି. ଉଦୟଗିରିରେ ୫୮.୦ ମି.ମି., ଗଜପତି ଜିଲ୍ଲାର ଗୋଷାଣିରେ ୫୩.୦ ମି.ମି., କନ୍ଧମାଳ ଜିଲ୍ଲାର କୋଟଗଡ଼ରେ ୫୨.୦ ମି.ମି., ଚକାପାଦରେ ୪୯.୦ ମି.ମି., ସୋନପୁର ଜିଲ୍ଲାର ତରଭାରେ ୪୭.୬ ମି.ମି., ମୟୂରଭଞ୍ଜ ଜିଲ୍ଲାର ଚନ୍ଦୁଆରେ ୪୩.୦ ମି.ମି., କନ୍ଧମାଳ ଜିଲ୍ଲାର ରାଇକିଆରେ ୪୦.୮ ମି.ମି. ଏବଂ ଖଜୁରିପଦାରେ ୪୦.୪ ମି.ମି. ବର୍ଷା ରେକର୍ଡ଼ ହୋଇଛି । ଭୁବନେଶ୍ଵର ସ୍ଥିତ ଆଂଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ଜାରି ହୋଇଥିବା ଏକ ଟ୍ୱିଟ୍ ରୁ ଏହି ସୂଚନା ମିଳିଛି ।