କେନ୍ଦ୍ରାପଡ଼ା, ବିପ୍ଳବୀ ଆନନ୍ଦ ଚନ୍ଦ୍ର ଜେନାଙ୍କ ୧୪୦ତମ ଜୟନ୍ତୀ ପାଳନ କେନ୍ଦ୍ରାପଡା ଉଚ୍ଚ ବିଦ୍ୟାଳୟ ନିକଟରେ ହୋଇ ଯାଇଛି । ଅବସରରେ କେନ୍ଦ୍ରାପଡା ବିଧାୟକ ଗଣେଶ୍ଵର ବେହେରା ମୁଖ୍ୟଅତିଥି ଭାବେ ଯୋଗଦେଇ ଥିବା ବେଳେ ଜିଲ୍ଲାପାଳ ସୂର୍ଯ୍ୟବଂଶୀ ମୟୁର ବିକାଶ, ସମ୍ମାନୀତ ଅତିଥି ଭାବେ ଗରାପୁର ଶିବାନନ୍ଦ ଆଶ୍ରମରେ ଅଧ୍ୟକ୍ଷା ସ୍ଵାମୀ ଦିବ୍ୟ ସ୍ବରୂପାନନ୍ଦ ସରସ୍ବତୀ, ପ୍ରାକ୍ତନ ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ପ୍ରଭାସ ଚନ୍ଦ୍ର ଦାସ ପ୍ରମୁଖ ଯୋଗଦେଇ ସ୍ବର୍ଗତ ଜେନାଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ ପୂର୍ବକ ସ୍ମୃତିଚାରଣ କରିଥିଲେ । ସ୍ମୃତି କମିଟି ସଭାପତି କରୁଣାକର ଦାସଙ୍କ ସଭାପତିତ୍ଵରେ ଅନୁଷ୍ଠିତ ଜୟନ୍ତୀ ଉତ୍ସବରେ ବରେଣ୍ୟ ଅତିଥି ଭାବରେ ପ୍ରାକ୍ତନ ଅଧ୍ୟକ୍ଷ ପ୍ରଫେସର ନନ୍ଦ କିଶୋର ପରିଡା ଯୋଗଦେଇ ଆମେ ଆନନ୍ଦ ଚନ୍ଦ୍ର ଜେନାଙ୍କୁ ତାଙ୍କ ଅବଦାନ ତୁଳନାରେ ଯଥୋଚିତ ସମ୍ମାନ ପ୍ରଦର୍ଶନ ବା ତାଙ୍କର ପ୍ରଚାର ପ୍ରସାର କରିପାରି ନାହୁଁ ।
ଅନ୍ୟମାନଙ୍କ ମଧ୍ୟରେ ଡ. ସୁରେନ୍ଦ୍ର ନାଥ ଆଚାର୍ଯ୍ୟ, ପ୍ରାକ୍ତନ ନଗରପାଳ ମହମ୍ମଦ ଆକବର ଅଲ୍ଲୀ, ପୂର୍ବତନ ଜିଲ୍ଲା ଓକିଲ ସଙ୍ଘ ସଭାପତି ବିଚିତ୍ରାନନ୍ଦ ମହାନ୍ତି, ଫକିର ଚରଣ ଖଟୁଆ, ବିଜେଡି ରାଜ୍ୟ ସମ୍ପାଦକ ରଞ୍ଜିତ ସାହୁ, ସଞ୍ଜୟ କୁମାର ସ୍ୱାଇଁ, ସମ୍ପାଦକ ରମଣୀରଞ୍ଜନ ରାଉତରାୟ, ଅଧ୍ୟାପକ ଅଜୟ ସାମଲ, ନିରଞ୍ଜନ ମେକାପ, ପ୍ରଦୀପ କୁମାର ଦାଶ, ଶୁଭାଂଶୁ କୁମାର ଦାସ, ଶେଷରେ ମୁକ୍ତାର ଅଲ୍ଲୀ ଖାଁ ଧନ୍ୟବାଦ ଅର୍ପଣ କରିଥିଲେ । ସକାଳେ ତୁଳସୀ ମହିଳା ମହାବିଦ୍ୟାଳୟ ସନ୍ନିକଟରେ ଥିବା ସ୍ବର୍ଗତ ଜେନାଙ୍କ ପ୍ରତିମୂର୍ତ୍ତିରେ ସାମୁହିକ ମାଲ୍ୟାର୍ପଣ କରାଯାଇଥିଲା ।