କେନ୍ଦ୍ରାପଡ଼ା, କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ ଭରତପୁର କୃଷି ସମବାୟ ସମିତି ରେ ଚାଷୀ ମାନଙ୍କ ସହିତ ଧାନ ବିକ୍ରୟ ପାଇଁ ପଞ୍ଜିକରଣ ସଂପର୍କରେ ଆଲୋଚନା କରିବା ସହିତ ଚାଷୀ ମାନଙ୍କୁ ଫର୍ମ ବଣ୍ଟନ କରାଯାଇଛି । କୃଷି ସମବାୟ ସମିତିର ସଭାପତି ବସନ୍ତ କୁମାର ରାଉତଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି କାର୍ଯ୍ୟକ୍ରମ ରେ ସଂପାଦକ ସୁବୋଧ କୁମାର ଲେଙ୍କା, ଉପ ସଭାପତି ମମତା ଜେନା, ସହ ସଂପାଦକ ସାରଦା ପ୍ରସନ୍ନ ରାଉତ, ନର୍ଦ୍ଦେଶକ ଅକ୍ଷୟ କୁମାର ମନ୍ତ୍ରୀ, ସାରଦା ରାଉତ ଅଗସ୍ତି ସେଣ, ଶ୍ରୀଧର ସାମଲ, କିଶୋର ଚନ୍ଦ୍ର ଜେନା, ଅର୍ଚ୍ଚନା ନାୟକ, ଗୈାରାଙ୍ଗ ଚରଣ ଲେଙ୍କା, ତୁଳସୀ ସେଠୀ ପ୍ରମୁଖ ଉପସ୍ଥିତ ରହି ୩ଟି ପଂଚାୟତ ଭରତପୁର, ଚକ୍ରୋଡା, ଶ୍ୟାମସୁନ୍ଦରପୁର ର ହଜାର ହଜାର ଚାଷୀ ଖରିଫ ଋତୁରେ ସର୍ବନିମ୍ନ ସହାୟତା ଦର ରେ ଧାନ ବିକ୍ରୟ କରିବେ । ଏଥି ନିମନ୍ତେ ପଞ୍ଜିକରଣ ପାଇଁ ତାଙ୍କୁ ଫର୍ମ ପ୍ରଦାନ କରାଗଲା ।
ଆୟୋଜିତ ଏହି କାର୍ଯୟକ୍ରମ ରେ ଚାଷୀ ସରୋଜ ସାମଲ, ପ୍ରବୋଧ ଦାସ, ରବିନ୍ଦ୍ର ମଲିକ, ଶ୍ରୀଧର ମଲିକ ପ୍ରମୁଖ ଚାଷୀ ଉପସ୍ଥିତ ଥିଲେ ।