ଭୁବନେଶ୍ୱର– ଆଗାମୀ ୫ ବର୍ଷ ନୁହେଁ, ୨୫ ବର୍ଷ ପାଇଁ ଓଡ଼ିଶାରେ ବିଜେପି ସରକାର ଶାସନ କରିବା ପାଇଁ ରୋଡ଼ ମ୍ୟାପ ପ୍ରସ୍ତୁତ ପାଇଁ ପ୍ରସ୍ତୁତି ଆରମ୍ଭ କରିଛି ବିଜେପି । ଏନେଇ ରାଜ୍ୟ ବିଜେପିର ସହପ୍ରଭାରୀ ଲତା ଉସେଣ୍ଡି ସୂଚନା ଦେଇଛନ୍ତି । ସେ କହିଛନ୍ତି ଯେ, ସରକାର ଗଠନ ହେବା ପରେ ପ୍ରଥମ ଥର ପାଇଁ ପୁରୀରେ କାର୍ଯ୍ୟକାରିଣୀ ବୈଠକ ହେବାକୁ ଯାଉଛି । ଜଗନ୍ନାଥ ଆମକୁ ଆଶୀର୍ବାଦ କରିଛନ୍ତି ଓଡ଼ିଶାରେ ସେବା କରିବା ପାଇଁ, ତାଙ୍କ ସାନିଧ୍ୟ ପାଇଁ, ତାଙ୍କୁ ଧନ୍ୟବାଦ ଦେବା ପାଇଁ ଜଗନ୍ନାଥଙ୍କ ଭୂମି ପୁରୀରେ କାର୍ଯ୍ୟକାରିଣୀ ହେଉଛି । କେନ୍ଦ୍ର ଓ ରାଜ୍ୟର ସମସ୍ତ ଯୋଜନା ଲୋକଙ୍କ ପାଖରେ ପହଞ୍ଚାଇବା ଆମର କର୍ତ୍ତବ୍ୟ । ଓଡ଼ିଶାବାସୀ ଯେମିତି ଚାହୁଁଛନ୍ତି ସେମିତି ବିକାଶ କରିବ ବିଜେପି ସରକାର । ବିଜେପିରେ ନିରନ୍ତର ଭାବରେ ସଂଗଠନ କାମ ଚାଲେ ବୋଲି ସେ କହିଛନ୍ତି।
Related Stories
November 22, 2024