
ଭୁବନେଶ୍ୱର, ରାଜ୍ୟରେ ୧୮,୦୦୦ କନିଷ୍ଠ ଶିକ୍ଷକ ନିଯୁକ୍ତି ପାଇବେ। ପ୍ରାଥମିକ ପର୍ଯ୍ୟୟରେ ଗ୍ରାମାଞ୍ଚଳରେ ଶିକ୍ଷକ ନିଯୁକ୍ତି ନେଇ ବିଭାଗ ଗୁରୁତ୍ୱ ଦେବ। ବିଦ୍ୟାଳୟ ଓ ଗଣ ଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ଏହି ସୂଚନା ଦେଇଛନ୍ତି ।
ସେ କହିଛନ୍ତି ଯେ, ଯେଉଁ ସ୍କୁଲ ଜଣେ ଶିକ୍ଷକ ରେ ଚାଲୁଛି ସେଠି ଶିକ୍ଷକ ପୋଷ୍ଟିଂ ପାଇବେ। ବିଭାଗ ଏ ନେଇ ପଦକ୍ଷେପ ନେଉଛି। ଯେଉଁଠି ଖାଲି ପଡ଼ିଛି ଶିକ୍ଷକ ପଦବୀ, ସେଠାରେ ପାଠ ପଢ଼ାରେ ଯେଉଁ ବ୍ୟାହତ ହୋଇଛି ସେଠି ମଧ୍ୟ ପିଲାମାନଙ୍କ ଗୁଣାତ୍ମକ ଶିକ୍ଷା ପାଇଁ ବିଭାଗ ଆଗ ଶିକ୍ଷକ ନିଯୁକ୍ତି କରାଯିବ । ଡ୍ରପ ଆଉଟ ସଂଖ୍ୟା ଏହା ଦ୍ୱାରା କମିବ ବୋଲି କହିଛନ୍ତି ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ। ସେ କହିଛନ୍ତିଯେ ଗ୍ରାମାଞ୍ଚଳର ଶିକ୍ଷା ବ୍ୟବସ୍ଥା କୁ ସୁଦୃଢ଼ କରିବା ପାଇଁ ବିଭାଗ ପ୍ରତିବଦ୍ଧ।