
ଭୁବନେଶ୍ୱର, ଯେଉଁ ଅଂଚଳରେ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ନଥିବାରୁ ଡ୍ରପ ଆଉଟ ସଂଖ୍ୟା ବଢ଼ିଥାଏ, ଦୂରରେ ସ୍କୁଲ ଥିବା କାରଣରୁ ଯେଉଁ ପିଲାମାନେ ସ୍କୁଲ ଯାଇପାରୁନହାନ୍ତି, ତାକୁ ଦୃଷ୍ଟିରେ ରଖି ପ୍ରଥମ ପର୍ଯ୍ୟାୟରେ ୧୦ଟି ସ୍କୁଲକୁ ଉଚ୍ଚ ଅପଗ୍ରେଡ କରାଯିବ ଅର୍ଥାତ ହାୟର ସେକେଣ୍ଡାରୀ ସ୍କୁଲ ଭାବେ କରାଯିବ। ଗତକାଲି ଅନୁସୂଚିତ ଜାତି ଓ ଜନଜାତି ବିଭାଗର ସମୀକ୍ଷା ବୈଠକରେ ଏହି ନିଷ୍ପତି ନିଆଯାଇଛି ବୋଲି କହିଛନ୍ତି ବିଦ୍ୟାଳୟ ଓ ଗଣ ଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ।
ସେ କହିଛନ୍ତି ଯେ ମୁଖ୍ୟମନ୍ତ୍ରୀଙ୍କ ଅଧକ୍ଷତାରେ ଏହି ବୈଠକ ହୋଇଥିଲା।ଭାଗୀୟ ଅଧିକାରୀ ଓ ସଚିବ ମାନଙ୍କୁ ପିଲା ମାନଙ୍କ ପାଠ ପଢା, ହଷ୍ଟେଲ ଓ ଖାଦ୍ୟର ମାନ ଯାଞ୍ଚ କରିବାକୁ କୁହା ଯାଇଛି । ପିଲାମାନେ ପାଠ ପଢିବାକୁ ଉତ୍ସାହିତ କରିବାକୁ ବିଭାଗ ପଦକ୍ଷେପ ନେବ ବୋଲି ସେ କହିଛନ୍ତି ।