
ଭୁବନେଶ୍ୱର, ନୂତନ ଜାତୀୟ ଶିକ୍ଷାନୀତିକୁ ୪ ବର୍ଷ ପୂର୍ତି ଅବସରରେ ରାଜ୍ୟ ସରକାର ସମସ୍ତ ସ୍କୁଲରେ ଶିକ୍ଷା ସପ୍ତାହ ପାଳନ କରିବେ । ରାଜ୍ୟର ବିଦ୍ୟାଳୟ ଓ ଗଣ ଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ଏହି ସୂଚନା ଦେଇଛନ୍ତି ।
ସେ କହିଛନ୍ତି ଯେ ୨୨ରୁ ୨୮ ତାରିଖ ଯାଏ ରାଜ୍ୟର ସମସ୍ତ ସ୍କୁଲରେ ପାଳନ ହେବ ଶିକ୍ଷା ସପ୍ତାହ ପାଳନ ହେବ । ଓସେପା କେନ୍ଦ୍ର ଶିକ୍ଷା ମନ୍ତ୍ରଣାଳୟର ଚିଠି ଜାରି କରିଛି । ୨୨ ତାରିଖରେ ଶିକ୍ଷକ ଶିକ୍ଷା ସାମଗ୍ରୀ ଦିବସ ପାଳନ କରାଯିବ। ୨୩ରେ ଏଫଏଲଏନ୍, ୨୪ରେ କ୍ରୀଡା ଦିବସ ଏବଂ ୨୫ ତାରିଖରେ ସାଂସ୍କୃତିକ ଦିବସ ମଧ୍ୟ ପାଳନ କରାଯିବ।ଏହିଭଳି ୨୮ ତାରିଖ ଯାଏ ସ୍କୁଲ ମାନଙ୍କରେ ବିଭିନ୍ନ କାର୍ଯ୍ୟକ୍ରମ ରଖାଯାଇଛି। ଏହା ସହ ଶିକ୍ଷାର ଗୁଣାତ୍ମକ ମାନ ବୃଦ୍ଧି କରିବା ପାଇଁ ପ୍ରୟାସ କରାଯିବା ବୋଲି ଶ୍ରୀ ଗଣ୍ଡ କହିଛନ୍ତି ।