
ନୂଆଦିଲ୍ଲୀ/ଭୁବନେଶ୍ୱର– କେନ୍ଦ୍ର ସରକାର ନିତି ଆୟୋଗ ପୁନର୍ଗଠନ କରିଛନ୍ତି । ପୁନର୍ଗଠିତ ନିତି ଆୟୋଗରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଅଧ୍ୟକ୍ଷ ରହିଥିବା ବେଳେ ସୁମନ କେ. ବେରୀ ନିତି ଆୟୋଗର ଉପାଧ୍ୟକ୍ଷ ରହିଛନ୍ତି । ଆୟୋଗରେ ୪ ଜଣ ପୂର୍ଣ୍ଣକାଳୀନ ଓ ୪ ଏକ୍ସ ଅଫିସିଓ ସଦସ୍ୟ ରହିଥିବା ବେଳେ ଆୟୋଗରେ ୧୧ ଜଣ ସ୍ୱତନ୍ତ୍ର ନିମନ୍ତ୍ରିତ ସଦସ୍ୟ ଅଛନ୍ତି । ଓଡିଆ ସାଂସଦ ତଥା କେନ୍ଦ୍ରମନ୍ତ୍ରୀ ଜୁଏଲ ଓରାମ୍ସ୍ୱତନ୍ତ୍ର ନିମନ୍ତ୍ରିତ ସଦସ୍ୟ ତାଲିକାରେ ରହିଛନ୍ତି ।