
ଭୁବନେଶ୍ୱର, ରାଜ୍ୟର ଗୃହ ନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ଡ. କୃଷ୍ଣଚନ୍ଦ୍ର ମହାପାତ୍ର ଆଜି ସକାଳେ ଭୁବନେଶ୍ୱର ମଧ୍ୟ ନିର୍ବାଚନୀ ଚିନ୍ତାମଣିଶ୍ୱର ଠାରେ ଉନ୍ନତି ମୂଳକ କାମର ତଦାରଖ କରିଛନ୍ତି । ଏହି ଅୂସରରେ ସେ ବୃକ୍ଷ ରୋପଣ କରିବା ସହ ବରିଷ୍ଠ ନାଗରିକ ଙ୍କୁ ଭେଟି ଅଞ୍ଚଳ ର ସମସ୍ୟା ଓ ସମାଧାନ ବିଷୟରେ ଆଲୋଚନା କରିଛନ୍ତି । ।ଚିନ୍ତାମଣିସ୍ୱର ଠାରେ ପ୍ରଶସ୍ତିକରଣ ହେଉଥିବା ଏକ ପୁଷ୍କରିଣୀ ର କାମ ର ମାନ ମଧ୍ୟ ସେ ଦେଖିଛନ୍ତି । ଅନ୍ୟପଟେ ସ୍ଥାନୀୟ ବାସିନ୍ଦା ବେଆଇନ ଅକ୍ତିଆର, ଜବରଦଖଲ ଯୋଗୁ ପୁଷ୍କରିଣୀ ର ଆକାର କମୁଥିବା ସହ ଚିନ୍ତାମଣିସ୍ୱର ପ୍ରବେଶ ଓ ପ୍ରସ୍ଥାନ ର ମୁଖ୍ୟ ରାସ୍ତା ଅତ୍ୟନ୍ତ ଶୋଚନୀୟ ବୋଲି ଅଭିଯୋଗ କରିଛନ୍ତି । ସମସ୍ତ ଦାବି ର ସମାଧାନ ସହ, ଏ ନେଇ ବିଏମସି କମିଶନର ଓ ଅଧିକାରୀ ଙ୍କ ସହ ଆଲୋଚନା କରାଯିବ ବୋଲି ମନ୍ତ୍ରୀ କହିଛନ୍ତି । ସେହିପରି ଡେଙ୍ଗୁ ର ହଟସ୍ପଟ ପାଲଟିଥିବା ଭୁବନେଶ୍ୱର ରୁ ଡେଙ୍ଗୁ ନିରାକରଣ ପାଇଁ ପଦକ୍ଷେପ ନିଆଯିବ ବୋଲି ସେ କହିଛନ୍ତି ।
ସେ କହିଛନ୍ତି ଯେ ରାଜଧାନୀରେ ଡ୍ରେନେଜ୍ ଭିତ୍ତିଭୂମି ସଜଡା ଯିବ । ଅସଜଡା ନିକୋପାର୍କର ପୁନରୁଦ୍ଧାର କରାଯିବ। ସେହିପରି ରାଜଧାନୀରେ ପ୍ରବାହିତ ନାଳ ଗୁଡିକର ପାଣି କେମିତି ଶୁଦ୍ଧ ହୋଇ ଦୟା ଓ ଗଙ୍ଗୁଆରେ ମିଶିବ ତା ଉପରେ ପଦକ୍ଷେପ ନିଆଯିବ। ଲୋକମାନେ କିପରି ଡ୍ରେନକୁ ଦୂଷିତ ଜଳ ନଛାଡି ସ୍ଵେରେଜର ଉପଯୋଗ କରିବେ ସରକାର ସେଥିପ୍ରତି ଦୃଷ୍ଟି ଦେବେ।