ଭୁବନେଶ୍ୱର/ବୁର୍ଲା-ପୁଣି ବୁର୍ଲା ଥାନା ଅଞ୍ଚଳରେ ବଡ ଧରଣର ଡକାୟିତ। ବୁର୍ଲା ଥାନା ଅନ୍ତର୍ଗତ ବାବୁ ବନ୍ଧ ଗାଁର ଭେଙ୍କଟେଶ୍ୱର ଧାନ ମିଲ ମାଲିକଙ୍କ ଘରୁ ଲୁଟ୍ । ଗତକାଲି ବିଳମ୍ବିତ ରାତିରେ ୮ ଜଣ ଦୃର୍ବୃତ୍ତ ମୁଖା ପିନ୍ଧି ଘରକୁ ପଶି ପରିବାରର ସଦସ୍ୟ ମାନଙ୍କୁ ଦଉଡିରେ ହାତ ଗୋଡ ବାନ୍ଧି ଦେଇଥିଲେ। ଏହାପରେ ଦୁର୍ବୃତ୍ତମାନେ ଲକ୍ଷାଧିକ ନଗଦ ଟଙ୍କା ଓ ସୁନା ଗହଣା ଡକାୟିତ କରି ନେଇଯାଇଥିବା ବୁର୍ଲା ଥାନାରେ ଅଭିଯୋଗ ହୋଇଛି। ଘଟଣାସ୍ଥଳରେ ଅତିରିକ୍ତ ଏସପି ହରେଶ ଚନ୍ଦ୍ର ପାଣ୍ଡେ ,ବୁର୍ଲା ଅଧିକାରୀ, ଏସଡିପିଓ ପହଂଚିଛନ୍ତି ।
Related Stories
November 22, 2024