
ପୁରୀ– ନବଦିନାତ୍ମକ ଯାତ୍ରା ସାରି ବାହୁଡ଼ିଛନ୍ତି ଚତୁର୍ଦ୍ଧାମୂର୍ତି । ଶ୍ରୀମନ୍ଦିର ସିଂହଦ୍ଵାର ସମ୍ମୁଖରେ ପହଂଚିଛି ତିନି ରଥ ନନ୍ଦିଘୋଷ, ଦର୍ପଦଳନ ଓ ତାଳଧ୍ଵଜ । ରଥାରୁଢ଼ ଶ୍ରୀଜୀଉମାନେ ଆସନ୍ତାକାଲି ସୁନାବେଶରେ ଭକ୍ତଙ୍କୁ ଦର୍ଶନ ଦେବେ । ରଥ ଉପରେ ଶ୍ରୀଜୀଉଙ୍କ ବିଭିନ୍ନ ନୀତିକାନ୍ତି ଜାରି ରହିଛି । ରଥାରୁଢ଼ ଶ୍ରୀବିଗ୍ରହ ମାନଙ୍କୁ ଦର୍ଶନ କରୁଛନ୍ତି ହଜାର ହଜାର ସଂଖ୍ୟାରେ ଶ୍ରଦ୍ଧାଳୁ ।